ଶେଷ ଶୃଙ୍ଗାର
ଶେଷ ଶୃଙ୍ଗାର
ପ୍ରୀତି ମାଦକତା ଭରା ପ୍ରେମ କଥା
କହି କହି ଅହରହ
ହରଷେ ଦିବସ ପ୍ରିୟା ସହ ବାସ
ଆହା କି ଆମୋଦ ମୟ ।
ଅମଳ ହାସିନି କୋମଳ ଭାସିଣୀ
ଭାବିବି ପ୍ରେୟସୀ ସହ
ହସ ହସ ଭାବ ପିରତି ଗୌରବ
ପ୍ରଣୟ ରସ ରହସ୍ୟ ।
ଶିହରଣ ଆଉ ରୋମାଞ୍ଚ ସ୍ପନ୍ଦନ
ମଧୁର ମଧୁ ଯାମିନୀ
ନିର୍ମିତ ନିଶ୍ଚିତ ହରଷ ରେ ଚିତ୍ତ
ଶୃଙ୍ଗାର ରସ ଦାୟିନୀ ।
ନିୟମିତ ଭାବେ ଜୀବନେ ଏ ଭବେ
ଶୃଙ୍ଗାର ର ପ୍ରୟୋଜନ
ନିଜ ଇଚ୍ଛା ମତେ ଜୀବଏ ମରତେ
ଆଦି ରସ ଭାବ ମାନ ।
ନ ମାନେ ମାନବ କିନ୍ତୁ ଆନ ଜୀବ
ମାନେ ଚଳି ଥାନ୍ତି ମାନି
ନିର୍ମାଣଇ ସେହୁ ଶୃଙ୍ଗାର ର ବହୁ
କୂତ୍ରିମ ଭାବ ରୋଷଣୀ ।
ନିସର୍ଗ ଲାଳସା ଶୃଙ୍ଗାର ପିପାସା
ବିଳାସ ବର୍ଣ୍ଣିଳ ବିଶ୍ୱେ
ସେବିଲେ ତାହାରେ ଶେଷ ଶୃଙ୍ଗାର ରେ
ବଢ଼ି ଚାଲେ ତୀବ୍ର ଶେଶେ ।
ଶେଷ ନ ହୁଅଇ ପ୍ରବଳ ବଢ଼ଇ
ଶୃଙ୍ଗାର ଲାଭ ଆବେଗ
ଗର୍ବ, ଈର୍ଷା, ବର୍ହ୍ନି ବଢ଼ି ଚାଲେ ପୁଣି
ଦୃତ ରୁ ଦୃତ ସବେଗ ।
