STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ଭସାଣୀ

ଭସାଣୀ

1 min
355


ନବରାତ୍ରୀ ପୂଜା ସରିଗଲା

ଦଶହରା ଯାଇ ଭସାଣୀ ଗଲା

ରୁତୁ ମାନେ ଆବେଗରେ ଗଲେ ଝରି

ବର୍ଷା ବୋଲି ଚାରିଆଡ଼େ ହୁରି

ପହିଲି ସକାଳେ ନବଦିନ ପୂଜା ଝୁରି

ଆସିଥିବା ବନ୍ଧୁ ବାନ୍ଧବ ସାଙ୍ଗ ଗଲେ ଫେରି

ବସନ୍ତ ଓ ଶୀତ ପରସ୍ପର ଆସିବାକୁ ଧରାକୁ

ଲଗାଇ ସବୁଜିମା ଛତ୍ରେ ଡୋରି

ମା ଫେରିଗଲେ ବୋଲି ମନକୁ ବୁଝାଇ କରି

ଆରବରଷକୁ ଆସିବେ ମାଆ ଫେରି

କାଶତଣ୍ଡି ଅଦୃଶ୍ୟ ପୁର୍ବରୁ କାନେ କହେ ଥିରି

ମାଆ ଦୁର୍ଗାଙ୍କ ମୁହଁ ନାଚୁଛି ଆଖିରେ ଭାରି

ରାବଣ ପୋଡିର ଧୁଆଁ ଧରାରେ ଯାଇନି ସରି

ରାମାୟଣ କଥା ଦୁର୍ଗାଙ୍କ ଗାଥା ମଣିଷ ହୁଏ ସ୍ମରି

ସାତତାଳ ପଙ୍କେ ଅବା ପାତାଳେ ଲୁଚିଲେ

ନାଶ ଯିବେ ଅସୁର ଧରାରୁ ଅପସରି

ମଣିଷ ଜନମ ଅଢେଇ ଦିନକୁ ବଡେଇ ନକରି

ବଞ୍ଚିଯିବା ଦୁଇ ଘଡି ଆସୁରିକ ଶକ୍ତି ବର୍ଜ୍ଜନ କରି 

ଶକ୍ତିସ୍ୱରୂପା ଦୁର୍ଗା ମାଆ ଆହା ରାହା ସାହା ଦେବେ ଭରି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action