ମୁଁ ଦାସାନୁଦାସ
ମୁଁ ଦାସାନୁଦାସ
ମୁଁ ଦାସନୁଦାସ ,
ଘର ଠୁ ବାହାର
ବୃତ୍ତି ଠୁ ବ୍ଯବସାୟର
ପରାଧୀନ,ସଦା ଅନ୍ଯର ବଶ,
ମୁଁ ଦାସ ସମୟର,
ଭାଗ୍ଯ ଭଗବାନଙ୍କର,
ମୋ ଅର୍ଦ୍ଧାଙ୍ଗିନୀର ,
ମୋ ସନ୍ତାନମାନଙ୍କର,
ସବୁ ଫରମାଇସ ପୂରଣ ନିହାତି ଦରକାର
ସତେ ଅବା ଚାଳକ ସଂସାର ଗାଡିର,
ସର୍ବଦା ତତ୍ପର
କେବଳ ନିର୍ଦ୍ଦେଶ ଅପେକ୍ଷା ପରିବାର ସଦସ୍ଯଙ୍କର,
ଟିକେ ଅବହେଳା କଲେ
ମିଳଇ କେତେ ଶବ୍ଦର ଉପହାର
ଅପାରଗ,ଅଳସୁଆ,କଞୁସ,
ଆହୁରି ଅନେକ ଝିଙ୍ଗାସୀ ପ୍ରହାର,
ପେଟ ଲାଗି କେତେ ନାଟ
ବେଉସାରୁ ବୃତ୍ତିଯାଏଁ
ଜୀବନରୁ ଜୀବିକାଯାଏଁ
ନିର୍ଦ୍ଦେଶ ଅପେକ୍ଷା ମୋ ରାଏଙ୍କର
ମାଲିକ ମୋ ବୃତ୍ତିର ,
ବୋସ ମୋ କର୍ମ ର,
ଟିକେ ଅବହେଳା ଅବା ଖୁସିକରିବାର
ଅଭାବରେ
ଚାକିର ଖଣ୍ଡିକ ଯିବାର ଭୟରେ
ସବୁବେଳେ ଜଳୁଥାଏ ଶୀତଳ ଦହନରେ।
ମୁଁ ଏକ ଖେଳନାଟିଏ,
ନାଚୁଥାଏ ଅଦେଖା ହାତରେ,
ଦଇବର ଦଉଡିରେ
ଅଣନିଶ୍ବାସୀ ହୋଇ ଦୌଡୁଥାଏ,
ଦୃଶ୍ଯମାନ ପଥରେ,
ଅଦୃଶ୍ଯ ଲକ୍ଷ୍ୟରେ,
ପଥର ଓ ପଙ୍କିଳ,
ଜୀବନ ଜଞାଳ ,
ଉଠାଣି ଗଡାଣି,
ମୁଁ ଧାଇଁଛି ଏ ପଥରେ।
ଝୁକିଛି,ଝୁଣ୍ଟିଛି,ପଡିଛି
ଝାଡ଼ିଝୁଡ଼ି ପୁଣି ଧାଇଁଛି,
ପ୍ରାପ୍ତି ଅପ୍ରାପ୍ତି ,ଲାଭକ୍ଷତି,
ଥକିପଡ଼ିନି ହିସାବରେ
ଅବା କ୍ଳାନ୍ତିରେ,
ଥରିବାକୁ ମନା ମୋତେ
ମୁଁ ଯେ ଦାସାନୁଦାସ ଅନ୍ଯର।
ଧାଇଁଛି ଧାଇଁବି ମୁଦିବା ଆଗରୁ ଆଖି,
ଅସରନ୍ତି ପଥରେ ପଥିକ,
ଅଗଣିତ ସହଯାତ୍ରି,
ଭେଟହୁଅନ୍ତି କେତେ ବାଟୋଇ
ମିଳିଛି ପ୍ରୋତ୍ସାହନ,ପ୍ରତାରଣା,
ଧାଇଁଛି ପ୍ରାପ୍ତିର ଆଶାରେ
ଚରୈଇବେତି,ଚରୈଇବେତି
ଜରାୟୁ ରୁ ଯମାଳୟ,
ସବୁ ମାୟା ମରିଚିକା,
ମିଛ ଖେଳଣା।
ତଥାପି ଭୋଗିବାକୁ ହେବ ମୋ ପ୍ରାରବ୍ଧ
ଭଲ ଆଉ ଭେଲର ପାଉଣା,
ପାପପୁଣ୍ୟ, ସ୍ବର୍ଗନର୍କ
ସେହି ଅନ୍ତିମ ଠିକଣା।
