STORYMIRROR

Ajayakumar Mohanty

Children

3  

Ajayakumar Mohanty

Children

ପ୍ରଣାମ ଗୁରୁଜୀ

ପ୍ରଣାମ ଗୁରୁଜୀ

1 min
272


ପିତା ମାତା ପରା ଆଦ୍ୟ ଗୁରୁ ମୋର

କୁହାଇ ଶିଖାନ୍ତି କଥା

ପାଦତଳେ ତାଙ୍କ ପ୍ରଣତି ମୁଁ ଢାଳେ

ନୁଆଇଁ ମୋହର ମଥା।

ହାତ ଧରି ମୋର ଅତି ଯତନରେ

ଚଲାଇ ଶିଖାନ୍ତି ବାଟ

ଚିହ୍ନାଇ ଦିଅନ୍ତି ଗୋଟି ଗୋଟି କରି

ହୋଇବାକୁ ଭଲ ଚାଟ।

ଶିକ୍ଷକ ଗୁରୁଜୀ ଶିକ୍ଷିକା ଗୁରୁମା

ପଢ଼ାନ୍ତି ଆମକୁ ପାଠ

ସଂସାର ଭିତରେ ବାଟ ଚାଲିବାକୁ

ଦେଖାନ୍ତି ଯେ ନୂଆ ବାଟ।

ତାଙ୍କରି କଲ୍ୟାଣୁ ସଫଳ ହୋଇବ

ମଣିଷ ଜୀବନ ମୋର

ସୁଯୋଗ୍ୟ ହୋଇବି ସୁଫଳ ପାଇବି

ବିଶ୍ୱାସ ଅଛି ମୋହର।

ଗୁରୁ ଦିବସରେ ତାଙ୍କରି ପାଦରେ

କରେ କୋଟି ନମସ୍କାର

ତାଙ୍କର ଆଶିଷ ଝରିପଡ଼ୁ ସଦା

ଆଗାମୀ ଦିନରେ ମୋର।

ଦିନେଶ ମହାନ୍ତି, ପୁରୁଷୋତ୍ତମ ପୁର ଉଚ୍ଚ ବିଦ୍ୟାଳୟ, ଯାଜପୁର। ଅଷ୍ଟମ ଶ୍ରେଣୀ।


Rate this content
Log in

Similar oriya poem from Children