Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Action Fantasy Inspirational

4.0  

Akshayakumar Dash

Action Fantasy Inspirational

ପ୍ରକୃତି

ପ୍ରକୃତି

1 min
166


ମୋ ଗାଁ ଫୁଟି ବାସେ ରେ,

ଏହି ଶୀତୁଆ ସକାଳ

କୁହୁଡି ଘେରାରେ

ମୁକୁତା ଝରଇ  ଘାସ ରେ !


ସୋରିଷ ଫୁଲିଆ ଚାଦର

ଘୋଡେଇ ଘାଡେଇ ଯାଏସେ ଗାଧେଇ 

କୋଳଥ କିଆରୀ ବାଟର,।


ବାଇଗଣ, କୋବି, ବିଲାତି

ତା'ସାଥି ଦେଖନ୍ତି ମୁରୁକି ହସନ୍ତି

ନଈ ଘାଟ ତୁଠେ ପୀରତି ।


ନିମ ଦାନ୍ତ କାଠି ଘସଇ 

ମୁରୁକି ମୁରୁକି ହସଇ 

ବ୍ରାହ୍ମଣୀ ନଈ ବି ଦେଖି ତା ଛଇ କୁ

କୋଳେଇ ନେବାକୁ ଆସଇ !


(ଏବେ )ଓଦା ଲୁଗା ଟାଣି କର କୁ,

କାଳେକେ ଦେଖିବ ତନୁପାତଳି କୁ

ଝଅଟି ଲେଉଟେ ଘରକୁ !


ହିଡ଼ କଡ଼ ଦେଇ,ତା'ଚାଲି,

ଲକ୍ଷ୍ମୀ ଠାକୁରାଣୀ ଯାଆନ୍ତିକି ବୁଲି

ମଗୁଶୁର ପୂଜା ପାଳିକୁ !


ନଇଁ ଆସେ ଯେବେ ଅନ୍ଧାର

କୁଢ଼ କୁଢ଼ ନିଆଁ ପଇଁବା କୁ ଥୁଆ

ସତେକି ନାଇଛି ମନ୍ଦାର !


ରାତି ହେଲେ ତାର ଛାତିରେ

କଳା କମ୍ବଳ ଟେ ପାତି ରେ 

ଥକି ପଡିଛି କି ଧରିତ୍ରୀ କୋଳରେ

ଦିନସାରା କାମେ ମାତି ରେ !


Rate this content
Log in