Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ପ୍ରକୃତି କୋଳରୁ ଦିଲ୍ଲୀ ଦରବାର

ପ୍ରକୃତି କୋଳରୁ ଦିଲ୍ଲୀ ଦରବାର

1 min
149



   ପ୍ରକୃତି କୋଳରୁ ଦିଲ୍ଲୀ ଦରବାର

    ପଥ ଅତିକ୍ରାନ୍ତ କଲ ସୁଦୀର୍ଘ ତୁମର

    ଘନ କାନନରୁ ଦିଲ୍ଲୀ ସିଂହାସନ

    ସିଂହୀ ସମ ତବ ଯାତ୍ରା ଯେ ମହାନ ।


     ହେ ମହା ମହିମ ମହୀୟସୀ ନେତ୍ରୀ

     ପାହିଅଛି ରାତ୍ରି ପାର ଯଦି ତୁମେ

     ଇତି କର ଏବେ ଜାତି ରାଜନୀତି

     ବଦଳୁ ସମାଜୁ 

     ଘୃଣ୍ୟ ପ୍ରଥା ଆମ

     ଉଚ୍ଚ ନୀଚ୍ଚ ଭେଦଭାବ

     ଏ ଜାତି ନୀତି

     ଦେଖାଅ ତୁମେ ହେ ଦେଶ ପ୍ରୀତି

     ହସନ୍ତୁ ଦଳିତ ହସନ୍ତୁ ପୀଡ଼ିତ

     ଅକାଳେ ନ ଝଡି ପଡନ୍ତୁ

     ପୀଡିତା ଯୁବତୀ ।


     ତୁମେ ସାଜି ନବ ଆଲୋକର

     ନବ ଉନ୍ମାଦର ନବ ରାଷ୍ଟ୍ରପତି

     ବୁଝାଇ ଦିଅ ଯୁବପିଢିଙ୍କୁ

    କର୍ତ୍ତବ୍ୟ କ'ଣ ତାଙ୍କ ଦେଶ ପ୍ରତି

     ହଟାଅ ଏ ଦେଶୁ ପ୍ରିୟା ପ୍ରୀତି

     ଜାଗ୍ରତ କର ବିଜ୍ଞ ଜନଙ୍କୁ

     ଜାଗ୍ରତ ହେଉ ଭାରତ ବର୍ଷ

      ବଢାଅ ସମଗ୍ର ଦେଶେ

      ସଭିଙ୍କ ମଧ୍ୟେ ଦେଶ ପ୍ରୀତି ।


     ତୁମେ ମହାମାନ୍ୟା

     ତୁମେ ପାହାଡୀ କନ୍ୟା

     ତୁମ କଠୋର ନିଷ୍ଠା

     ତୁମ ପରାକାଷ୍ଠା ଓ ଶ୍ରମ ବଳେ 

     ସାରା ଓଡ଼ିଶାରେ ତୁମେ ଧନ୍ୟା

     ଦୂର ଦ୍ରଷ୍ଟା ତୁମେ ଦିବ୍ୟ ଦ୍ରଷ୍ଟା

     ଓଡିଆ ଜାତିର ସାଜିଣ ସ୍ରଷ୍ଟା

     ଦିଅ ନୂତନ ଦିଗ୍ ଦର୍ଶନ

     ଭାରତ ମାତା ବିଶ୍ଵେ ହେଉ ଧନ୍ୟ ।


    ପାପର କ୍ଷୟ ନିମନ୍ତେ

    ମାତା ଦ୍ରୌପଦୀ ତୁମେ

   ଅବତରି ଗଲ କି ଭରତ କ୍ଷେତ୍ରେ

   ଏ କଳା କଳୁଷିତ 

   ରାଜନୈତିକ ବ୍ୟବସ୍ଥାର

   କରିବା ପାଇଁ ଅନ୍ତ

   ପୁନଃ କୃଷ୍ଣା ରୂପେ

   ତୁମେ କୃଷ୍ଣଙ୍କ ଦ୍ଵାରା

   ହେଲ କି ନବ ନିର୍ମିତ ?


    ଆସିଛି କୃଷ୍ଣାଙ୍କ ପରି 

    ତବ ଜୀବନେ 

    ଅନେକ ଘାତ ପ୍ରତିଘାତ

    ସବୁକୁ ଫିଙ୍ଗି ପଛକୁ

    ଅତିକ୍ରମ କରିଛ

    କେତେ ଦୁର୍ଗମ ପଥ

    ହରାଇଛ ଆତ୍ମୀୟ ସ୍ଵଜନ

    ପତି ପୁତ୍ର ସଭିଙ୍କୁ ହରାଇ ପୁଣ

    ଭଗ୍ନ ମନୋରଥ ତବ କରି ସୁଦୃଢ

    ଖୋଜିଛ ଜୀବନର ରହସ୍ୟ ଗୁଢ ।


    କେତେ ଦୁର୍ବିସହ 

     ହୋଇଛି ଜୀବନ ତୁମର

   ନିଷ୍ଠା, ଧୈର୍ଯ୍ୟ ଓ କାର୍ଯ୍ୟ ନୈପୁଣ୍ୟତା

    ଆଣିଛି ତୁମ ଜୀବନେ

   ବିଫଳତା ସହ ସଫଳତା ବାରମ୍ବାର

    ହେ ବୀରାଙ୍ଗନା ତୁମେ ହିଁ

    ନାରୀ ଜାତିର କର ଉଦ୍ଧାର

   ସମାଜେ ଆଣ ସମନ୍ଵୟ

    ସମାଜୁ ଭେଦଭାବ ତୁମେ ଦୂର କର

    ହିଂସା ବଦଳେ ଅହିଂସା ମାର୍ଗେ

   ଦେଶ ଚଳିବାକୁ ଯୁବ ସମାଜକୁ

    ଦେଶ ଓ ବିଶ୍ଵ ନେତୃବୃନ୍ଦଙ୍କୁ

    ତୁ୍ମେ ଆହ୍ଵାନ କର

   ତେବେ ଏ ଜାତି ଏ ଦେଶ ଜାଣିବ

   ପ୍ରକୃତି କନ୍ୟାର

   ପ୍ରକୃତି କୋଳରୁ ଦିଲ୍ଲୀ ଦରବାରର

   ଯାତ୍ରା କେତେ ସୁଦୀର୍ଘ ଅବା କେତେ ଦୂର ।


Rate this content
Log in

Similar oriya poem from Abstract