ପ୍ରଜାପତି
ପ୍ରଜାପତି
ଫୁଲରୁ ଫୁଲକୁ ଉଡି ବୁଲେ ନିତି
ଡେଣା ତା' ଅତି ସୁନ୍ଦର
ଦେହ ସିନା ଛୋଟ, କିନ୍ତୁ ଚିହ୍ନେ ଗୁଶ
ପ୍ରଜାପତିଟି ଆମର ।
ଫୁଲର ସୁବାସ କରେ ମତୁଆଲା
ହୁଏ ସେ ଚଳଚଞ୍ଚଳ
ରଙ୍ଗରେ ବିମୋହିତ,ରସରେ ଆକୃଷ୍ଟ
ପାଏ ସେ କେତେ ଆଦର ।
ଫୁଲରେ ବସଇ ଡେଣା ବୁଜି ଦେଇ
ଲାଗେ ରେଣୁ ତା' ଗୋଡରେ
ଉଡି ଯାଇ ଅନ୍ୟ ଫୁଲକୁ ପୁଣି ସେ
ବସେ ଅତି ସରାଗରେ ।
ପରାଗସଙ୍ଗମ ହୁଅଇ ସମ୍ଭବ
ଫଳ ସୃଷ୍ଟି ତା'ର ଲାଗି
ଛୋଟ ଜୀବଟିଏ ଅତି ଉପକାରୀ
ପ୍ରକୃତିର ସହଯୋଗୀ ।
ଜଗତ ହିତରେ ଲାଗିଅଛି ଖାଲି
ଭୁଲି ଭୋକ ଶୋଷ ତା'ର
ଯୋଗାଉଛି ଖାଦ୍ୟ ନିଜ ଅଜାଣତରେ
କରିବା ତାକୁ ଆଦର ।
