STORYMIRROR

Bharatabandhu Biswal

Abstract Romance Others

3  

Bharatabandhu Biswal

Abstract Romance Others

ପ୍ରିୟତମା ମୋ ଘାସଫୁଲ

ପ୍ରିୟତମା ମୋ ଘାସଫୁଲ

1 min
250


ଘାସଫୁଲ ! ପ୍ରିୟତମା ମୋର

ତୁମ ପ୍ରୀତି ମମତା ଟିକକ ପାଇଁ

ମୁଁ ଆକାଶ ପାଗଳ ଭ୍ରମର,

ତେଜି ମୋର ଠୁଳ ଶୂନ୍ୟ ରୂପ

ନଇଁପଡେ ମଥାନରୁ ଘୂରୁଥାଏ ନଟୁପରି

ବ୍ୟାକୁଳିତ ଦେଖିବାକୁ ହସହସ

ପ୍ରସ୍ଫୁଟିତ ମୁଖ ।

ପ୍ରତିଟି ସୁନା ସକାଳେ ଚିକ୍ ମିକ୍ ବାଳାରୁଣ

ଢାଳିଦିଏ ରଙ୍ଗର ଅବିର,

ପବନେ ସଞ୍ଚରିଯାଏ ଜାତି ଜାତି ଫୁଲର ସୁରଭି

ପକ୍ଷୀକୁଳ ବିହରନ୍ତି ସ୍ୱଚ୍ଛନ୍ଦରେ

କୁଳୁକୁଳୁ ବହିଯାଏ ନଈ ।

ନିରେଖ ଗୋ ପ୍ରିୟେ- ବାଜୁ ଅଛି ଶୁଭ ଶଙ୍ଖ

ଗୁଞ୍ଜି ଉଠେ ଜୀବନ ସଙ୍ଗୀତ,

ଶ୍ୟାମଘନ ପ୍ରକୃତିର ନିବିଡ଼ ଆଶ୍ଳେଷେ

ଉଙ୍କିମାରେ ସ୍ୱପ୍ନ କେତେ ସବୁଜ ସୁନ୍ଦର

ପୁଲକିତ ତୁମେ ଆଉ ମୁଁ

ଆମ୍ଭେ ଏକାକାର,

ପ୍ରୀତିଲଗ୍ନା ପ୍ରିୟତମା ଘାସ ଫୁଲ

ମୋ ପୃଥିବୀ ଅମୃତ ନିର୍ଯ୍ୟାସ

ବ୍ରହ୍ମାନନ୍ଦ ଅପ୍ରାକୃତ ଏ ମିଳନ ଛନ୍ଦ

ଆଲୋକିତ ସନ୍ମାର୍ଗଠୁ

ସ୍ୱର୍ଗ ନାତିଦୂର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract