Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Romance

5.0  

Bauribandhu Lenka

Romance

ପ୍ରିୟା

ପ୍ରିୟା

1 min
377



କେତେବେଳେ ପ୍ରିୟା ଉଷ୍ଣ ପ୍ରସ୍ରବଣ

କେତେବେଳେ ଚାରୁ ଚାନ୍ଦିନୀ ରାତି

କେତେବେଳେ ସେ ଯେ ଅଶାନ୍ତ ଶ୍ରାବଣ

କେତେବେଳେ ମଧୁମାସର ପ୍ରୀତି ॥


କେତେବେଳେ ପ୍ରିୟା ଅଶିଣ ଆକାଶେ

ପୁନେଇଁ ଜହ୍ନର ଶୋଭା ପସରା

କେତେବେଳେ ପୁଣି ଗରଜିଲା ମେଘ

ଶ୍ରାବଣ ମାସର ମେଘ ଅସରା ॥


କେତେବେଳେ ଗାଏ ପ୍ରେମର ରାଗିଣୀ

ଅଦିନେ ବସନ୍ତ ଆସଇ ଫେରି

କେତବେଳେ ରୁକ୍ଷ କର୍କଶ ନିଦାଘ

ସନ୍ତାପରେ ମନ ହୁଅଇ ଘାରି ॥

*******



Rate this content
Log in

Similar oriya poem from Romance