STORYMIRROR

Bunee Tripathy

Romance

3  

Bunee Tripathy

Romance

ବିତିଗଲା ରାତି

ବିତିଗଲା ରାତି

1 min
217


ବର୍ଷାରେ ଭିଜି ଖୋଜେ ତୋତେ ସାଥି

   ଏକାକି ଭିଜିବା ମନା

ଧଳା ଶାଢ଼ୀ ମୋର ଜଡେଇ ଦେଲାଣି

   ତନୁ ହୁଏ ଆନମନା।


ବିନ୍ଦୁ ବିନ୍ଦୁ ଜଳ ଗଣ୍ଡକୁ ମୋ ଛୁଇଁ

   ଖସିପଡେ ସିନା ତଳେ

ଅଧର ମୋହର ଚୁମିବାକୁ ତୋତେ

   ନୟନ ଯେ ଖୋଜିବୁଲେ।


ତୋ ବାହୁବନ୍ଧନେ ବାନ୍ଧି ହେବାପାଇଁ

   ସଭିଜା ତନୁ ଖୋଜିବସେ

ତୋ ଦେହ ଉଷୁମ କରିବ ପାଗଳ

   ହଜିବି ସେହି ନିଶ୍ବାସେ।


ବରଷାଟା ଖାଲି ଦୁଷ୍ଟାମି କରୁଛି

   ଛୁଇଁ ଯାଏ ଅଙ୍ଗ ମୋର

ଆସ ମୋର ସାଥି ବରଷାର ରାତି

   ପୁଲକିତ ପ୍ରାଣ ମୋର।


ଝିଙ୍କାରି ଡାକୁଛି ଭେଟ ଓଗାଳୁଛି

   ସ୍ଫଟିକ ଯାଉଛି ବୋହି

କାଗଜ ଡଙ୍ଗାର ହାତରେ ଦେଇଛି

   ନିଉତା ତୋ ପାଇଁ ମୁହିଁ।


ଧାର ଶିରାବଣ ବରଷା ରାତିରେ

  କଡ଼ ଲେଉଟାଏ ଖାଲି

ଶୀତଳ ସମୀର କହିଯାଏ କାନେ

   ପ୍ରୀତିର ପିଆଲା ଭରି।


ବରଷା ଛୁଇଁଛି ମହୀତ ହସୁଛି

   ପ୍ରେମର ବାରତା ପାଇ

ପ୍ରିୟ ସଙ୍ଗେ ପ୍ରୀୟା ହୋଇବ ଏକାଠି

   ଆକାଶେ ଚପଳା ଛାଇ।


ଚାହିଁ ଚାହିଁ ମୋର ବିତିଗଲା ରାତି

  ବରଷା ବି ଚାଲିଗଲା

ଆଲୋକିତ ମହୀ ପୁଲକେ ଭରିଲା

   ସ୍ବପ୍ନ ମୋର ଭାଙ୍ଗି ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance