STORYMIRROR

Anjana Naik,Anju..Deogarh

Romance Classics

3  

Anjana Naik,Anju..Deogarh

Romance Classics

ଶ୍ରାବଣ ର କଳାମେଘ

ଶ୍ରାବଣ ର କଳାମେଘ

1 min
243

ଶ୍ରାବଣ ର କଳାମେଘ

ଶ୍ରାବଣ ମୁଁ ତୋ ବର୍ଷା ରେ

ଭିଜି ଭିଜିକା ଦିନେ ଶ୍ରାବଣୀ ପାଲଟିଥିଲି

ତୋ ବର୍ଷା ଛିଟାରେ ଓଦା ହୋଇହୋଇ ତ

କେବେ କାମଦେବଦ୍ବାରା ଶରବିଦ୍ଧ ହୋଇ

ସମସ୍ତ ଅବୟବ ମୋର ଦହନ କରିଛି ।

ତୁ ଅଛୁ ମୁଁ ବି ଅଛି,

କିଛି ସମୟର

ବ୍ୟବଧାନ ପରେ ଦେଖ

ତୋ କଳାମେଘର ପ୍ରଭାବରେ

ଜାଜ୍ବଲ୍ୟମାନ ମୋ ଯୌବନର ଦୀପ୍ତି

ଆଜି ନିସ୍ତେଜ,ଅଲୋଡ଼ା ହୋଇ ପଡ଼ିଛି।

ମୋ ଆପାଦ ମସ୍ତକ ଜଳସିକ୍ତ ହୋଇହୋଇ

ଫୁଲ ଫୁଟି ଫଳ ଦେଇ ତ କେବେ

ରସଲୁବ୍ଧକ ମାନଙ୍କ ଦଂଶନରେ କ୍ଷତାକ୍ତ ହୋଇ

ଆଜି ମୁଁ ଜଡ ହୋଇ ଯାଇଛି ।

ଅନଳର ବହ୍ନିରେ ଶ୍ରାନ୍ତ ହୋଇ

ମୋ ନିସ୍ତେଜ ବାସନାହିନ ଘଟଟି

ତୋର ଅବିନଶ୍ବର ଶକ୍ତିକୁ

ଅପଲକ ନୟନରେ ଅପେକ୍ଷା କରିଛି ।

କେବେ ଇନ୍ଦ୍ରଧନୁର ସାତରଙ୍ଗ ଯଦି

ମୋ ଦେହେ ବୋଳି ଦେବୁ

ବିନା ଋତୁରେ ବସନ୍ତର ମାଦକତା ଭରି

ରଙ୍ଗିନ ପ୍ରଜାପତି ହୋଇ

ଆକାଶରେ ବିନ୍ଦାସ୍ ଉଡ଼ିବୁଲି ପୁଣି

ସପନରେ ସୁନା ପରି ପାଲଟି ଯିବି 

କଳା ମେଘ ଆଉ ଧଳା ବଉଦରେ

ପାହାଡ଼ ପର୍ବତ କୁହୁଳି

ରିମ୍ ଝିମ୍ ଅସରା ଅସରା ବର୍ଷାରେ

ବାଦଲରେ ନିଶ୍ଚିତ ଲୁଚକାଳି ଖେଳିବି

ବିନା ବଇନାରେ ବିନା ଅର୍ଦଳିରେ

ସାଇତି ରଖିଥିବା ପବିତ୍ରତା ଶିଖା

ତୋ ନାଆଁରେ ବିନାଦ୍ୱିଧାରେ ଲେଖିଦେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance