ପ୍ରିୟା
ପ୍ରିୟା
ଭଲପାଏ ତତେ ପ୍ରିୟା ଭଲ ପାଉଥିବି।
କଥାଦେଲି ମଥା ଛୁଇଁ ତତେ ଭୁଲି ମୁ ନଯିବି।।
କରିଛି ଭରସା ମୁଁଯେ ଆଜି ତତେ କେତେ।
ଭରସା ମୋ ରଖିଥିବୁ ତୋ ଭରସା ସାଥେ।।
ତୁ ଆସିଛୁ ମୋ ଜୀବନେ ନୂଆ ରଙ୍ଗ ନେଇ।
କରିବୁନି ଫିକା କେବେ ସେ ରଙ୍ଗକୁ ତୁହି।।
ପାଇଛି ମୁ ତତେ ପ୍ରିୟା ଉପହାର ରୂପେ।
ଭରିଛି ରଙ୍ଗ ସେ ଉପହାର,ମୋ ଜୀବନ ପଥେ।।
କରିବୁନି ପ୍ରତାରଣା କେବେ ଏ ହୃଦୟ ସାଥେ।
ନିଜଠୁ ଅଧିକ ବିଶ୍ୱାସ କରିଛି ମୁ ତତେ।।
ହାତ ଧରି ଚାଲୁଥିବୁ ଏ ଜୀବନ ପଥ।
ଯେତେ ଦୁଃଖ, କଷ୍ଟ ଆସୁ ଦେଉଥିବୁ ମୋର ସାଥ।।
ସାଥ ତୋର ପାଇଗଲେ ଲଙ୍ଘିଯିବି ଯେତେ ବାଧା ବିଗ୍ନହ।
ଆସୁ ଯେତେ ଝଡ ଝଞ୍ଜା, ତାକୁ କରିବା ନିଶ୍ଚିହ୍ନ।।
ତୁ ନଥିଲେ ମୋର ସାଥେ ଆଜି ଜାଣିନି କେଉଁଠି ମୁଁ ଥାନ୍ତି।
ତୋର ସାଥ ପାଇ ପ୍ରିୟା ଜୀବନେ ପାଇଯାଇଛି ମୁଁ କିଛି।।
ସେମିତି ସଦା ସର୍ବଦା ଥିବୁ ମୋର ପାଖେ ଛାଇ ଭଳି।
ତୋ ଶୀତଳ ଛାଇରେ ମୁଁ ଦୁନିଆର ସବୁ କଷ୍ଟକୁ ଯିବି ଭୁଲି।।
ମନ କଷ୍ଟ ବେଳେ ଶୁଣିଦେଲେ ତୋର ସେଇ ମିଠା ଦୁଇପଦ କଥା।
ଯେତେ ଦୁଃଖ, କଷ୍ଟ ସାଥେ ମନୁ ଲିଭିଯାଏ ସବୁ ବ୍ୟଥା ।
କଥାଦେଲି ଆଜି ତତେ ପ୍ରିୟା ଭୁଲି ମୁଁ ନଯିବି।
ପାଉଛି ଭଲ ମୁ ତତେ ସଦା ଭଲ ପାଉଥିବି।।