STORYMIRROR

Rama chandra Pradhan

Romance

3  

Rama chandra Pradhan

Romance

ପ୍ରିୟା ତୁ...

ପ୍ରିୟା ତୁ...

1 min
185

ବସନ୍ତ ଋତୁର 

   କୋଇଲି କୁହୁକ ତୁ 

    ରୂପ ତୋ ମେଘ ଅସରା... 

ପାହାଡ ଛାତିର 

    ଚଗଲି ଝରଣା ତୁ 

      ଛନ୍ଦ ତୋ ପୁରା ନିଆରା... 

ବେସୁରା ବୀଣାର 

   ସୁରିଲା ରାଗିଣୀ ତୁ 

      ନିଦ ତୋ କଅଁଳ ଖରା... 

ଅଦିନ ବର୍ଷାର 

   ମାଟିର ବାସନା ତୁ 

     ହସ ତୋ ଦାମୀକା ହୀରା... 

ପ୍ରେମ ପୁସ୍ତକର 

   ନ ଥିବା କାହାଣୀ ତୁ 

     ଭାବ ତୋ ହୃଦୟ ଥରା... 

ମଧୁ ବସନ୍ତର 

  ଫୁଲେଇ ଗହଣା ତୁ 

    ଆଖି ତୋ ଶ୍ରାବଣ ଧାରା... 

ଶୀତ ସକାଳର 

  ରୂପେଲି କାକର ତୁ 

     ମନ ତୋ ଜଳ ଫୁଆରା...

ମେଘ ମଲ୍ଲାରର 

   ଅଜଣା ପୁଲକ ତୁ 

      ବାଟ ତୋ ପୁରା ଅଫେରା...

ସାଗର ବୁକୁର

   ସୁନ୍ଦରୀ ଶାମୁକା ତୁ 

      କଥା ତୋ ଚମକ ଭରା... 

ଜହ୍ନ ରାଇଜର 

   ସଫେଦ ଜୋଛନା ତୁ 

     ଠାଣି ତୋ ପ୍ରେମ ମନ୍ତୁରା... 



Rate this content
Log in

Similar oriya poem from Romance