STORYMIRROR

Gangotri Priyadarshini

Abstract Fantasy Inspirational

2  

Gangotri Priyadarshini

Abstract Fantasy Inspirational

ପ୍ରିୟ ଆଖି ଦୁଇ

ପ୍ରିୟ ଆଖି ଦୁଇ

1 min
27


ଏଇ ଦୁଇ ଆଖି କହେ କେତେ କଥା,

ମନ ଚୋରି କରେ

ଦିଏ କେତେ ବ୍ୟଥା

ବୁଝି ପରେ ନାହିଁ ମନର ଅବସ୍ଥା ।।


ଏ ଆଖି ର ଭାଷା କିଏ ଯେ ବୁଝିଛି

ସେ ଚାହାଣି ର ମୂଲ୍ୟ

କିଏ ବା ଦେଇଛି

ସମୟ ଠାରରେ ନଜର ବାନ୍ଧିଛି ?


ଶୈଶବ ର ଆଖି ,

ନୀଷ୍ପାପ ଆକର୍ଷଣ

ଯୌବନ ର ମାଦକତା

ବାର୍ଦ୍ଧକ୍ୟ ର ଅବ୍ୟକ୍ତ କାରୂଣ୍ୟ ।।


ଆଖି ପୁଣି ଦିବା ସ୍ଵପ୍ନ ଦେଖାଏ

ଭିନ୍ନ କିଛି କରିବାକୁ

ଦିବା ନିଶି ପ୍ରବର୍ତ୍ତାଏ

ଦୁନିଆ ପ୍ରଶ୍ନର ଜବାବ ସେ ଦିଏ ।।


କେବେ ପୁଣି ଲୋଭାଶକ୍ତ,

ବର୍ବର ନଜର,

ନିମିଷେ ଧ୍ଵଂସ ସେ କରିବ

ସାଜି ସେ ପ୍ରଳୟ ଜହର ।।


ବନ୍ଧୁ ର ଆଖିରେ,

ମନୋବଳ ଯେତେ

ମାପି କେ ପାରିବ ଗଭୀରତା କେତେ

ଜୀବନ ର ପ୍ରତି କ୍ଷଣେ

ନିଶ୍ବାସ ଭଳି ଗୋଳେଇ ହେଇ ଥାଏ ।।


ପ୍ରେମିକାର ଆଖି ରେ ,

କି ଯାଦୁ କେଜାଣି

ଭୋକ ଶୋଷ ହଜେ  

ବାୟା ବାତୁଳା ସେ ପ୍ରିୟା ନାଆଁ ଭଜେ ।।


ପତ୍ନୀ ର ଆଖିରେ,

ଅପୂର୍ବ ସାହସ

ସ୍ନେହ ପ୍ରେମ ସାଥେ କରୁଥାଏ ବଶ ।।


ମାଆ ଆଖି ଦିଏ,

କେତେ ଯେ ସାନ୍ତ୍ଵନା

ସବୁ ମିଛ କୁ ସେ ସତ ପ୍ରାୟ ଭାବି

ସେ ଆଖିରୁ ଝରେ ଅମୃତର ଜ୍ୟୋତ୍ସ୍ନା ।।


ଆଖି ଦେଖି ଥାଏ ,

ଯେତେ ସବୁ ସ୍ଵପ୍ନ

ପୁରା କରି ହୁଏ

ସଂସାର ରେ ଧନ୍ୟ ।।




Rate this content
Log in

Similar oriya poem from Abstract