STORYMIRROR

Ram Prasad Bisoi

Fantasy Abstract

2  

Ram Prasad Bisoi

Fantasy Abstract

ପ୍ରୀତିଲଗ୍ନା ମନସ୍ୱିନୀ

ପ୍ରୀତିଲଗ୍ନା ମନସ୍ୱିନୀ

1 min
13.7K


ନିର୍ମାଲ୍ୟ ,ବୋଲି ଭାବି 

ତତେ ଛାତିରେ ,ମଥାରେ ଲଗାଇଲି 

ଦେଖିଲା ବେଳକୁ 

ତୁ କୁଆ କରିଥିବା ଅଇଁଠା,

ତଡି ଦେଲି ତତେ 

ଯା ଭାସି ଯା 

ନାଳ ନର୍ଦ୍ଦମାରେ ପଙ୍କ ଜଡ଼ବୁଡ଼ ହୋଇ 

ଶୋଭା ପାଇବୁ 

ଘୁଷୁରି ପଲଙ୍କ ଦେହେ -----------!

ଦେ ମତେ ମୁକ୍ତି 

ପ୍ରୀତିଲଗ୍ନା ମନସ୍ୱିନୀ,

ଆସିଥିଲୁ ତୁ ନିଜେ,ଚାଲିଗଲୁ ବି 

ତୁ ନିଜେ 

ନାହିଁ ,ଅନୁଶୋଚନା 

ମୋର ତିଳେ ମାତ୍ରେ 

ତୋ ଜାତି ନାରୀ, ତୁ ହୋଇପାରୁ

ଭୁବନ ମୋହିନୀ,

ତୋ ଅହଙ୍କାର ରହୁ ତୋ ପାଶେ ହୋଇ 

ତୋ ବଡ଼ପଣ ,

ମୁକ୍ତ କଲି ତତେ ପ୍ରଣୟ ବନ୍ଧନରୁ,

ମୁକ୍ତି, ଆଶାୟୀ ପ୍ରେମିକା ମୋର--------!!

©®କାଶ୍ୟପ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy