Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ପ୍ରୀତିଲଗ୍ନ

ପ୍ରୀତିଲଗ୍ନ

1 min
150



ଶେଫାଳୀ ବାଣ୍ଟଇ ରାତିର ମହକ

ଜୋଛନା ବାଣ୍ଟଇ ଜହ୍ନ

କାଶତଣ୍ଡୀବଣ ଧବଳ ଶୋଭାରେ

ଶରତ ହଜାଏ ମନ

ଝରକା ସେପାଖେ ବରଷାକୁ ଦେଖି

ମନ ହୋଇଯାଏ ଖୁସି

ଜହ୍ନ ଢାଳିଦିଏ ଜୋଛନାର ଧାରା

ବର୍ଷା ଦେଉଥାଏ ହସି

'ବେସୁରା ଛନ୍ଦରେ ବରଷା ଗାଇଲେ

ହୃଦୟର ପ୍ରୀତିଗୀତ

ଶୀତ ସକାଳର କଅଁଳ ସପନ

ଲାଗୁଥାଏ ସତ ସତ

ଇନ୍ଦ୍ରଧନୁ ରଙ୍ଗେ ରଙ୍ଗୀନ ମନକୁ

ଚୋରି କରିନିଏ ସଖୀ

ସପନ କଣିକା ବାଟବଣା ହୁଏ

ଲୁହ ଖୋଜିହୁଏ ଆଖି

      


Rate this content
Log in

Similar oriya poem from Romance