ପ୍ରୀତିଦୀପ
ପ୍ରୀତିଦୀପ
1 min
177
ପ୍ରୀତିର ମନ୍ଦିରେ ଜାଲୁଚି ଦୀପାଳି ।
ପ୍ରଣୟିନୀ ପାଇଁ ନିତି ।
ହାତ ଛାଡି ମୋର ଚାଲିଗଲା ଠକି ।
ଜାଳେ ତା’ ବିରହ ସ୍ମୃତି ।
ମନେ ପଡେ ମୋର ଜୋଛନାର ଭିଜା ।
ରୂପେଲି ମୁହଁର ତିଳ ।
ପ୍ରୀତି ପିଆଲାର ଖିଆଲୀ ମନ ତା’
ପବିତ୍ରର ଗଙ୍ଗା ଜଳ ।
ହୁଁ – ନିରବେ ମାନେ ତା’ ଅନେକ ଭାବନା ।
ପାହେ ନାହିଁମଧୁ ରାତି ।
ଜହ୍ନ ଲୁଚି ଯାଏ ତାକୁ ଦେଖି ଦେଇ ।
ବଉଦ କୋଳେ ଘୁମେଇଁ ।
ଲାଜୁକି ତାରା ଟି ଦେଖି ଜଳି ଉଠେ ।
ଦୂର ଗଗନରେ ଥାଇ ।
ହୁଁ- ସେଇ ଅଭିମାନୀ କେମିତି କେଜାଣି ।
ବାଛି ନେଳୀ ମୋତେ ସାଥୀ ।