STORYMIRROR

DEEPAK KUMAR PATRA

Romance

2  

DEEPAK KUMAR PATRA

Romance

ପ୍ରୀତିଛନ୍ଦା

ପ୍ରୀତିଛନ୍ଦା

1 min
2.9K

ତମେ କବିତା ହେଇ ଯାଆନ୍ତ କି

ମୁଁ କବି ହୋଇ ଆଙ୍କି ଦିଅନ୍ତି

ତୁମର ଅକୁହା କୋହକୁ

ଶବ୍ଦର ରଙ୍ଗତୁଳୀ ଧରି

କାଗଜର ପରିଧିରେ ।।

ତମେ ଗଳ୍ପ ହେଇଯାଅନ୍ତ କି

ମୁଁ ଗାଳ୍ପିକ ହୋଇ ତୋଳିଦିଅନ୍ତି

ଜୀବନର ଉତ୍ଥାନ ଓ ପତନକୁ

ଭାବନାର ଲେଖନୀରେ

କଳ୍ପନା ର ଯାଦୁଗରୀ ସ୍ପର୍ଶରେ 

ଅନନ୍ତ ଆକାଶର କୋଳରେ ।।

ତମେ ସାହିତ୍ୟ ହେଇଯାଆନ୍ତ କି

ମୁଁ ମଧୂପ ସଦୃଶ ପାନକରି

ମତୁଆଲା ହୋଇଯାଆନ୍ତି

ସଂଭ୍ରମରେ ଭ୍ରମର ଯେପରି

ମତ୍ତ ହୋଇଯାଏ

ତାର ରସ ମାଧୁରୀରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance