STORYMIRROR

Prahallad Sahoo

Romance Crime Fantasy

4  

Prahallad Sahoo

Romance Crime Fantasy

ପ୍ରେୟସୀ

ପ୍ରେୟସୀ

1 min
374

ପ୍ରେୟସୀ ମୋ ଜୀବ ଜୀବନ 

ମୁଁ ହେଲେ ପିଣ୍ଡ ତୁମେ ମୋର ନିଥର ପ୍ରାଣ 

ଦଣ୍ଡେ ନ ଦେଖିଲେ ତୁମ ମୁହଁ

ଅନାବିଳ ପ୍ରେମ ଅଧୁରା ଯେ ସାରାଦିନ।


ପ୍ରୀୟା ଗୋ ଉନ୍ମୁକ୍ତ ତବ କେଶ ବାସ

ପ୍ରୀତି ପ୍ରଣୟର ମନମୋହକ ଉଛ୍ଛାସ 

କଳସି ଧରି ତୁମେ ଯେବେ ଆସ 

ଅତରଙ୍ଗୀ ପ୍ରେମରୁ ଝରେ ପ୍ରୀତି ପୀୟୂଷ।


ସାଥୀ ଗୋ ମଥା ରଖି ମୋ କାନ୍ଧେ

ଅଳସ ଭାଙ୍ଗି ଯାଅ ସେ ନିଆରା ସପନେ 

ଆଖି ଖୋଲି ଦେଖ ଯେବେ ମୋତେ

ମଖମଲି ପ୍ରେମ ବିଛୁରି ଯାଏ ନିଦାଘେ ।


ରାଇ ଗୋ ତୁମ ପ୍ରେମେ ବନ୍ଧା ମୁଁ 

ତୁମ ବିନା ଦୁନିଆଟା ଶୂନ୍ୟ ଲାଗେ ସବୁ 

ମନ ଅଧିର ପ୍ରୀତି ଲଭିବାକୁ 

ଅନାସକ୍ତ ପ୍ରେମ ସଦାବେଳେ ଲାଗେ ମଧୁ।


ମିତ ଗୋ ଆମ ପ୍ରେମ ଅନାବିଳ 

ପ୍ରୀତିରଙ୍ଗେ ରଙ୍ଗାୟୀତ ସ୍ନେହବୋଳା ପ୍ରେମ 

ଭୀତି ରେ ପ୍ରୀତି କରି କି ଲାଭ

ଦେହାତୀତ ପ୍ରେମ ଆତୁରେ ବିଳପୁ ଥିବ ।


ସଖି ଗୋ କାହିଁ ଲଗାଅ ପ୍ରୀତି

ରାତିରେ ଜିଇଁ ସକାଳୁ ମରୁଛି ମୁଁ ନିତି 

ଶୟନେ ସପନେ ଭାବେ ଖାଲି  

ତୁମ ବିନା ପ୍ରେମ ଅଧୁରା ଅଭୁଲା ସ୍ମୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance