STORYMIRROR

Sadananda Pratihari

Romance Tragedy

3  

Sadananda Pratihari

Romance Tragedy

ପ୍ରେମରେ ପ୍ରତାରଣା

ପ୍ରେମରେ ପ୍ରତାରଣା

1 min
226

ପ୍ରେମର ସୃଷ୍ଟି ଦୁଇଟି ପବିତ୍ର ଆତ୍ମାର ନିବିଡ଼ତାରୁ

ଅତୁଟ ବିଶ୍ୱାସରୁ, ତ୍ୟାଗପୂର୍ଣ୍ଣ ମନୋଭାବରୁ

କେଦାରଗୌରୀ, ଲୈଲା ମଜନୁ

ସେ ପ୍ରେମ ଏବେ କାହିଁ

ପ୍ରେମ ଆଜି ସ୍ୱାର୍ଥ ସର୍ବସ୍ବ

ଅହମିକା, ଉପହାର, ଛଳନା ଆଉ ଖାଲି ପ୍ରତାରଣା

ପ୍ରେମରେ ଭୋଗର ମାନସିକତା

ପ୍ରେମ ଏବେ ଦାସାନୁ ଦାସ

କେଉଁଠି ପ୍ରେମିକଟି ହତାଶ ତ

କେଉଁଠି ପ୍ରେମିକା ପ୍ରତାରଣାର ଶିକାର

ଅନ୍ତଃସତ୍ଵା ହୋଇ ଜାହିର କରେ ତାର ମାତୃତ୍ୱ

ବିବାହର ସୁନେଲି ସ୍ବପ୍ନ ପ୍ରତାରଣାର ଝଡ଼ରେ ଚୁରମାର

କେଉଁଠି ପ୍ରେମିକ ମାଡ଼ ଖାଇ କାଠ ଗଡ଼ାରେ ତ

କେଉଁଠି ଉଭୟଙ୍କର ଆତ୍ମହତ୍ୟା, ଅନ୍ତିମ ମିଳନ

ଏଇତ ପ୍ରେମରେ ପ୍ରତାରଣା

ପ୍ରେମର ରଙ୍ଗ ଅନେକ

କେଉଁଠି ସେ ନାଲି ଗୋଲାପର କୋମଳ ପାଖୁଡା ତ

କେଉଁଠି ପୁଣି କଳା ବାଦଲର ଘନ ଅନ୍ଧକାର

ଏଇତ ପ୍ରେମର ରଙ୍ଗ ।



Rate this content
Log in

Similar oriya poem from Romance