STORYMIRROR

suchismita Sahu

Romance Tragedy

4  

suchismita Sahu

Romance Tragedy

ପ୍ରେମ

ପ୍ରେମ

1 min
281

ପ୍ରେମ ଶୀତଲତା

ଅବା ହୃଦୟର ବ୍ୟଥା

ଅପୂର୍ଵ ଭାବନା

ଅବା କରୁଣ କାନ୍ଦଣା

ସପନ ସାଗର

ଅବା ଯମର ଦୁଆର

ପୁଜାରିଣୀ ଥାଳି

ଅବା ଜୀବନର କାଳି

ବସନ୍ତ ଆଗମନ

ଅବା ମରୁଭୂମି ସମ

ପକ୍ଷୀର କାକଳି

ଅବା ପାଦର ଶିକୁଳି

ହୀର ରାଞ୍ଝା କଥା

ଅବା ଘରୋ ନୀରବତା

ବିଶ୍ୱାସ ର ସାଗର

ଅବା ଘୋର ଅନ୍ଧକାର

ଜୀବନର ଯୁଧ୍ୟ 

ଅବା ଶିଶୁ ପରି ଅବୋଧ

 ମୁରଲୀର ସ୍ୱର

ଅବା ଫଟା ମୃଦଙ୍ଗର ପ୍ରହାର

ଅମୃତ ର ଧାର

ଅବା ବିକଟାଳ ଜହର

ପରଶ ସ୍ନେହର

ଅବା ସକତ ପ୍ରହାର

ପ୍ରାଣର ସଂଚାର

ଅବା ମୃତ୍ୟୁ ର ଘର ।



Rate this content
Log in

Similar oriya poem from Romance