ପ୍ରେମ
ପ୍ରେମ
ଚିର ସ୍ରୋତସ୍ଵିନୀ ପରି ପ୍ରେମର ସ୍ୱରୂପ
ମାପି ହୁଏ ନାହିଁ ତାର କାୟା ଯେ ଅମାପ ।
ଅନୁଭବେ ଆଣି ଦିଏ ଅପୂର୍ବ ଆନନ୍ଦ
ଯେହ୍ନେ ବସନ୍ତ ମଳୟ ବହେ ମନ୍ଦ ମନ୍ଦ ।
ସତ୍ୟ କାମ୍ୟ ମନୋବାକ୍ୟ ବଳରେ ଉନ୍ନତି
ପ୍ରେମ ତୋଳି ଦିିଏ ପ୍ରାଣେ ଅଦ୍ଭୁତ ଜାଗୃତି ।
ରାଧା କୃଷ୍ଣ ଦ୍ଵାପରରେ ରଚି ଗଲେ ପ୍ରେମ
ଅମରତା ପ୍ରାପ୍ତ ବଳେ ଲଭିଲେ ଉତ୍ତମ ।
ପ୍ରେମର ମନ୍ଦିରେ ପୂଜା ପାଏ ଶାନ୍ତି ପ୍ରୀତି
ସେ ପ୍ରୀତିରେ ଜଳିବାରେ ପ୍ରାଣ ଲଭେ ତୃପ୍ତି ।
ରୌଦ୍ରତାପ ଲାଗେ ଯେହ୍ନେ ଚନ୍ଦ୍ରମା କିରଣ
ହାଡ଼ ଭଙ୍ଗା ଶୀତ ଦିିଏ ମନେ ଉପଶମ ।
ପ୍ରେମ ଏକ ନଦୀ ପରି ଜୁଆର ଯେ ଭଟ୍ଟା
କେବେ ଲୋତକେେ ଭସାଏ ପୁଣି ଖଟା ମିଠା ।