Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Romance Inspirational

4.0  

Amit Bal

Abstract Romance Inspirational

ପ୍ରେମ ପୁଲକ (୦୫)#ଫେବୃଆରୀର ପ୍ରେମ#

ପ୍ରେମ ପୁଲକ (୦୫)#ଫେବୃଆରୀର ପ୍ରେମ#

1 min
246


ଫେବୃୟାରୀରେ ପୁଣିଥରେ ରଙ୍ଗ ମାଗେ 

ପ୍ରଗଳଭା ପ୍ରାୟେ ପ୍ରୀତି ପାରାବାର

ମିଛ କେତେ ସତ କେତେ ଭାବେନା ଏଥର,

ମନ କହେ ଏ ପ୍ରେମ ଏଥର ଜନ୍ମ ଜନ୍ମାନ୍ତର ପାଇଁ

ହୃଦୟରେ ବଂଶୀ ବଜାଏ କେହି ଜଣେ ରହି ରହି,

ଆଞ୍ଜୁଳା ଭର୍ତ୍ତି ଭର୍ତ୍ତି ସବୁଜ ସମ୍ଭାବନାରେ

ବିଗତ ରାତ୍ରିର ନକ୍ଷତ୍ର ସ୍ନାନ ପରେ

ପ୍ରେମ ଆକାଶର କୁହୁକ ମଞ୍ଚରେ,


ଏମିତିବି ଏବେ ଜୀବନ ପ୍ରୀତିର ମାଦକତାରେ ଭରପୁର

ଖିଆଲି ଦୁନିଆର ଶୀତଳ ଛୁଆଁରେ ଗୋଟାପଣେ ଚୁର,

ସ୍ନାୟୁ ତନ୍ତ୍ରୀ ରେ ଅସୁମାରୀ ସୁନାମୀ

ଲବଙ୍ଗର ନିଶାଖୋର ସୁବାସରେ କା ହୃଦୟର ଆସାମୀ


ଖୁବ୍ ସୁନ୍ଦର ସେ ପ୍ରେମ ନଗରୀର ଉପତ୍ୟକା

ନଅର ତୋଳୁଥାଏ ପ୍ରେୟସୀ ଯେଉଁଠି ଏକା ଏକା

ପସନ୍ଦର ବାସ୍ନାୟିତ ଗୋଲାପ ପାଖୁଡାରେ

ମନ୍ତ୍ର ମୁଗ୍ଧ ଭାସ୍କର୍ଯ୍ୟର ନୈସର୍ଗିକ କଳାକୃତିରେ,


ପ୍ରକୃତିର ପ୍ରେମମୟ ଅନୁଭୂତିକୁ ଅନୁଭବ କରିବା ପାଇଁ

ନୀରବି ଯାଇଥିବା ସଂପର୍କ କୁ ଆଉ ଥରେ ଚାହିଁ

ମହମହ ମହକିତ ବଉଳର ସୁରଭି ଥାଟରେ

ହଁ ଏଇ ଫେବୃଆରୀର ରଙ୍ଗମୟ ପ୍ରେମ ଋତୁରେ .....



Rate this content
Log in

Similar oriya poem from Abstract