STORYMIRROR

ଅନିଲ କୁମାର ଲେଙ୍କା

Abstract Inspirational

4.8  

ଅନିଲ କୁମାର ଲେଙ୍କା

Abstract Inspirational

ନଈ

ନଈ

1 min
340


ଆଦିମ ଅନନ୍ତ କାଳରୁ ନଈ ଯେ

      ଅବିଶ୍ରାନ୍ତେ ଯାଏ ବହି

କେତେ କାଳ କଥା ପୁଣି ନିଶ୍ଚିତରେ

       ସିଏ ଦେଇଥାଏ କହି ।।

ନଈ କୂଳେ ଯେତେ ସମୃଦ୍ଧ ସଭ୍ୟତା

      ହୋଇଥିଲା ଦିନେ ଜାତ

ଚାଷ ବାସ ଆଉ  ବେପାର ବଣିଜ

     ହେଉଥିଲା  ଅପ୍ରମିତ ।।

ଓଡ଼ିଶାର ପୂର୍ବ ନୈବାଣିଜ୍ୟେ ସାକ୍ଷୀ

     ଏକା ଅଟେ ପରା ନଈ

କେତେ ଶିଳ୍ପ ପୁଣି ପାଉଂଶ ଗଦାକୁ

     ନିଅଇ ସାଥିରେ ବୋହି ।।

ନଦୀ କୂଳେ ଯେତେ ମୂର୍ଦ୍ଦାର ଗୁଡିକ

      ପୁଣ୍ୟେ ସ୍ୱର୍ଗପ୍ରାପ୍ତି ହୁଏ

ମାଆ ବୃନ୍ଦାବତୀ ଆଦରେ ଯତନେ

     ନିତି ପୂଜା ପାଇଥାଏ ।।

ନଈ କେବେ ସାଜେ ଦୟାନଦୀ ପାଣି

      ରକତକୁ ବୋହିନିଏ

ଚଣ୍ଡାଶୋକ ଏଠି ଧର୍ମାଶୋକେ ପୁଣି

     ପରିଣତ ହୋଇଯାଏ ।।

କେବେ ପୁଣି ଏଠି ଦୁର୍ଯୋଧନ ପାଇଁ

     ରକ୍ତ ନଦୀ ବୋହିଯାଏ

ଆପଣା ପୁତ୍ରକୁ ଧରି ରୋଦନ ଯେ

      କରିବାକୁ  ପଡିଥାଏ ।।

ସୂରୁଜ ଉଇଁଲେ ସୂରୁଜ ବୁଡ଼ିଲେ

      ନଈ  ବଦଳାଏ ବେଶ

ତାର କୂଳେ ଅଛି ମୋ ଜୀବନ ସ୍ମୃତି

   ସେଇଠି ହେଉମୋ ଶେଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract