Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract

4.5  

Sadananda Sahoo

Abstract

ସ୍ମୃତି ଆଇନାରେ

ସ୍ମୃତି ଆଇନାରେ

1 min
328



ସ୍ମୃତି ଆଇନାରେ ପ୍ରତିଛବି ଭାସେ

     ଉଜ୍ଜୀବିତ ହୋଇ ଆଜି ;

ଆହେ ପ୍ରାଣପ୍ରିୟ କାହିଁ ଗଲ କୁହ

     ଆଉକି ପାଇବି ଖୋଜି ।


 ସ୍ମୃତି ଫରଦରେ ଅଲିଭା ଅକ୍ଷରେ

     ଲେଖାଅଛି ତୁମନାଁଆ ;

ଝୁରିବାଟା ସାର ମୋର ଅଭିସାର

     ମନେପଡେ ପ୍ରୀତିଛୁଆଁ ।


ଦୂର ବିଦେଶରେ ଥିଲହେ ଖୁସିରେ

      କର୍ମେ ଆଗଭର ହୋଇ ;

କରୋନା ରାକ୍ଷସ କଲା ସର୍ବନାଶ

      ତୁମକୁ ନେଲା ଛଡାଇ ।


ଦୁର୍ବିସହ ମୋର ଅସହାୟ ଜୀବନ

       ଆଖିରୁ ସୁଖୁନି ଲୁହ;

ବୈଧବ୍ଯ ବେଦନା ଦଉଛି ଯାତନା

      ହୃଦୟେ ଭରିଛି କୋହା ।


କୁନା ମୁନି ନିତି ମୋତେ ପଚାରନ୍ତି

     ବାପା କାହିଁ ଗଲେ ମାମା ;

କିଉତ୍ତର ଦେବି ତୁମେ କୁହ ଆଜି

    କେକରିବ ମୋତେ କ୍ଷମା ।


 ବଞ୍ଚିବା ମରିବା ମୋପାଇଁ ସମାନ

     ଜୀବନଟା ଲାଗେ ତୁଚ୍ଛ;

କେମିତି ବଞ୍ଚିବି ଏକାଏକା ସାଥୀ

      ଦୁନିଆଁଟା ଲାଗେ ମିଛ ।


ହୀନିମାନ ହୋଇ ନିଇତି କାନ୍ଦୁଛି

     ଅଧାବାଟେ ଛାଡିଗଲ ;

କୁହ ପ୍ରାଣପ୍ରିୟ କେ'ପୋଛିବ ଲୁହ

     ଜୀବନ୍ତ ମରଣ ଦେଲ ।


ସ୍ମୃତିଚିତ୍ର ସବୁ  ଭାସିଉଠେ ବାବୁ

      ଆଉକି ଆସିବ ଫେରି ;

ସେଇ ସୁଖଦିନ ଅଭୁଲା ସ୍ମରଣ

     କଲା କିଏ ଜାଣି ଚୋରି ।


ସ୍ମୃତିଚିତ୍ର ଦେଖି କହିଁକି ବଞ୍ଚିବି

     ତୁମେ କୁହ ପ୍ରାଣନାଥ;

ନେଇଯାଅ ମୋତେ ଯିବି ତୁମପାଶେ

     ହଉଛି ମୁଁ ହତସନ୍ତ ।


ହାୟରେ ବିଧାତା କଲୁତୁ ହୀନସ୍ତା

      ସ୍ମୃତିକୁ ଝୁରୁଛି ଖାଲି ; 

ନେଇଯାଆ ମୋତେ ମୋ ପ୍ରିୟପାଶେ

      କହୁଛି ହୃଦୟ ଖୋଲି ।।



Rate this content
Log in