Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

ମଣିଷ ଜୀବନ ମଉଳା ଫୁଲଟେ

ମଣିଷ ଜୀବନ ମଉଳା ଫୁଲଟେ

1 min
323


ସଙ୍ଘର୍ଷ ଭରା ଏ ମଣିଷ ଜୀବନ

ସଙ୍ଘର୍ଷ ରେ ଯାଏ ସରି

ରହିଯାଏ ଖାଲି ସୀମାହୀନ ସ୍ୱପ୍ନ

ମାଟି କଣ୍ଢେଇ ଟି ପରି ।


ଇଛା ଅନିଛାରେ କେହି କେବେହେଲେ

କରେନାହିଁ ଏଠି କିଛି

ସବୁ ଲେଖାଥାଏ କପାଳରେ ଆମ

ତାହାହିଁ ଘଟି ଚାଲିଛି ।


କାହା ଜୀବନଟା ଦୁର୍ଭାଗ୍ୟରେ ପୂର୍ଣ୍ଣ

କାହାର ପୁନେଇ ରାତି

ପ୍ରାରବ୍ଧ କର୍ମକୁ ଭୋଗିବାକୁ ପଡେ

ଯନ୍ତ୍ରଣାରେ ଭରି ଛାତି ।


ମଣିଷ ଜୀବନ ମଉଳା ଫୁଲଟେ

ଆଗରୁ ହୋଇଛି ତୋଳା

ସଜାହୋଇ ଖାଲି ଦୁନିଆ ଦାଣ୍ଡରେ

ହେଉଥାଏ ବାଟ ବଣା ।


ମଣିଷ ଜୀବନେ ସୁଖ ପାଇବାକୁ

ମାନେନା ଅନ୍ୟାୟ ଅନିତୀ

ଆଜିର ସୂର୍ଯ୍ୟାସ୍ତ କାଲିକୁ ନଥିବ

ମନେ ରଖିଥାଅ ସାଥୀ ।


ଗୋଟିଏ ହୃଦୟ ନେଇକି ଆସିଛ

କୋଟିଏ ହୃଦୟେ ରୁହ

ଦୁଃଖୀର ଦୁଖରେ ହୋଇ ସମଭାଗି

ସବୁଠାରେ ପୂଜା ପାଅ ।



Rate this content
Log in

Similar oriya poem from Abstract