STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଆସ୍ତିକ ନାସ୍ତିକ

ଆସ୍ତିକ ନାସ୍ତିକ

1 min
345


ମୁଁ ଯାଇପାରିନି ଦର୍ଶନ କରିବାକୁ 

ଜଗନ୍ନାଥଙ୍କୁ 

ତ ମୁଁ ଆସ୍ତିକ ନା ନାସ୍ତିକ 

ମୋ ଭାଗ୍ୟରେ ସୁଫଳ ନା ବିଫଳ 

ଦୁଇନାଆ ରେ ଗୋଡ଼ଦେଇ 

ମୁଁ କେଜାଣି କୋଉ କୂଳର? 


ମୁଁ ରାତିରେ ସୁପ୍ତ ଦିନରେ ନିଦ୍ରିତ 

ମୋ ପରିଚୟରେ କାହିଁ ଅସ୍ତିତ୍ୱ 

ରାତିସାରା ସ୍ୱପ୍ନରେ ନାସ୍ତିକ 

ଦିନ ସାରା କର୍ମ ରେ ଆସ୍ତିକ 

ଆମ ଜଗନ୍ନାଥ ସ୍ୱତନ୍ତ୍ର 

ମୁଁ ସ୍ୱତନ୍ତ୍ରତା ଖୋଜେ ଅନବରତ 


ଜଗନ୍ନାଥ ଅଛନ୍ତି ନିଶ୍ଚିତ 

ଯେହେତୁ ସୂର୍ଯ୍ୟ ଚନ୍ଦ୍ର ହୁଅନ୍ତି ଆତଯାତ 

ସତ ମିଛ ଭିତରେ କିଏ କେତେ ପରାସ୍ତ 

ମୁଁ ମୋକ୍ଷରେ ନା କାମନାରେ

ହେଉଛି ଚିନ୍ତିତ 

ମୋକ୍ଷରେ ଆସ୍ତିକ 

କାମନାରେ ନାସ୍ତିକ 

ରକ୍ଷାକରନ୍ତି ଜଗନ୍ନାଥଙ୍କ ଅଦୃଶ୍ୟ ହାତ 


ମୋ ଭଲପାଇବା ଆସ୍ତିକ 

ଭାଗ୍ୟଫଳରେ ନାସ୍ତିକ 

କର୍ମରେ ବିଶ୍ୱାସ ଉପସ୍ଥିତ 

ଶାଶ୍ୱତ ସମାହିତ ଜଗନ୍ନାଥ 

ଏଇଠୁ ପ୍ରଣାମ କରେ ମୁଁ ଶତତ 

ଆସ୍ତିକ ବା ହୁଏ ନାସ୍ତିକ 

ତୁମରି ସୃଷ୍ଟିରେ ସମାହିତ 

ଥରଟେ ବଢ଼େଇ ଦିଅ ସେ ଅଦୃଶ୍ୟ ହାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract