Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

4  

Anita Dash

Abstract Others

ମେଘ ରାଜା ତୁମେ ଆସିବକି?

ମେଘ ରାଜା ତୁମେ ଆସିବକି?

1 min
623



ମେଘରାଜା ତୁମେ ବରଷା ଝରାଇ

ଛମ ଛମ ହୋଇ ନାଚିବକି?

ବହୁ ପ୍ରତୀକ୍ଷିତା ଧୂସର ଧରଣୀ

ଦେହ ଛୁଇଁ ଛୁଇଁ ବାସିବକି ।


ଗ୍ରୀଷମେ ବ୍ୟଥିତ ତରୁଲତା ଗୁଳ୍ମ

ତୁମ ପରଶରେ ହସିବେକି !

ଧରଣୀ ମା ଆମ ସବୁଜ ଶାଢୀରେ

ଆହୁରି ସୁନ୍ଦର ଦିଶିବକି ।


ପ୍ରେୟସୀ ମୟୂରୀ ଆତ୍ମହରା ହୋଇ

ତୁମ ଛନ୍ଦ ତାଳେ ନାଚିବକି,

ପ୍ରତିକ୍ଷାର ଦାହେ ବିରହୀ ଚାତକୀ,

ଜଳ ପାନେ ତୃଷ୍ନା ମେଣ୍ଟିବକି ।


ଚଷାଭାଇ ମନେ ଆସନ୍ନ ଖୁସିର

ଅଶେଷ ସମ୍ଭାର ବୁଣିବକି,

ଖେତ ଖମାରରେ ସୁନାର ଫସଲ

ଭରପୁର ହୋଇ ଉଠିବକି ।


ମେଘରାଜ ତୁମେ ବରଷା ଝରାଇ

ଛମ ଛମ ହୋଇ ନାଚିବକି ?



Rate this content
Log in

Similar oriya poem from Abstract