STORYMIRROR

Anita Dash

Abstract Inspirational Others

4  

Anita Dash

Abstract Inspirational Others

ନଈ

ନଈ

1 min
328


ନଈଟିତୁ ପରା ପାହାଡ ଛାତିରୁ

ଝର ଝର ଝରି ଯାଉ,

କୁଳୁକୁଳୁ ଗାଇ ଖିଲିଖିଲି ହସି

ଅବିରତ ବହୁ ଥାଉ।


ପ୍ରିୟ ସାଗରର ସାଥେ ମିଶିବାର

ଅଟଳ ସଂକଳ୍ପ ନେଇ,

ସମୟର ହାତଧରି ଚାଲୁଥାଉ

ମିଠା ସପନକୁ ନେଇ।


ନିଦାଘ ତାତିରେ ସନ୍ତାପିତ କେବେ

ଜାଡେ ଥୁରୁ ଥୁରୁ ହୋଇ,

ସମୀରର ତାଳେ ଅଂକାବଂକା ଚାଲୁ,

ବରଷାର ଟୋପା ପିଇ।


ଭରା ସବୁଜିମା ଜୀବଦାନ ଦେଇ,

ସଭ୍ୟତାର କେନ୍ଦ୍ର ହୋଇ,

ଭେଦଭାବ ଭୂଲି, ଜଗତ ହିତର

ସେବାଭାବ ମନେ ନେଇ।


ଦୃଢ଼ମନା ହୋଇ ଲକ୍ଷ ସାଧନରେ

ନିରନ୍ତର ହେଲେ ବ୍ରତୀ ,

ସଫଳତା ଦିନେ ପାଦ ଛୁଇଁ ଯିବ

ଏହି ଶିକ୍ଷା ଦେଉ ନିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract