Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

puspanjali das

Abstract

4  

puspanjali das

Abstract

ଜୀବନ-ଯନ୍ତ୍ରଣା

ଜୀବନ-ଯନ୍ତ୍ରଣା

1 min
335


ଯନ୍ତ୍ରଣା ସବୁ ବାଟ ଖୋଜେ ଆଜି,

      ଲେଖନୀ ମୁନରୁ ଝରି ଯିବାକୁ...

ହୃଦୟର ସେଇ ନିଭୃତ କୋଣେ,

      ଜାଗା ଟିକେ ନାହିଁ ପାଦ ଥାପିବାକୁ ।


ଭରସାର ଢେଉ ଭାଙ୍ଗି ରୁଜି ଯାଏ,

      ବିଶ୍ୱାସ ର ତରୀ ହୁଏ କ୍ଷତାକ୍ତ..

ସ୍ୱପ୍ନ ସବୁ ଯେ ଏଣେ ତେଣେ ଧାଏଁ,

      ଆତ୍ମବିଶ୍ୱାସ କୁ କରେ ରକ୍ତାକ୍ତ ।


ମନ ମନ୍ଦିରେ ଅନେକ ଯେ ପ୍ରଶ୍ନ,

     ଠିଆ ହୋଇ ରହେ ଅସମାହିତ...

ଆର୍ତ୍ତନାଦ ତ ଆତ୍ମାର ଶୁଭେ,

     ବିଳପେ ହୋଇ ବେଦନାସିକ୍ତ ।।


Rate this content
Log in