ପ୍ରେମ ପାରିଜାତ.........--------------------
ପ୍ରେମ ପାରିଜାତ.........--------------------
ପ୍ରେମ ଏକ ପୂଜା
ଜୀବନ ଆଧାର
ବିଶ୍ୱାସେ ସମ୍ପୂର୍ଣ୍ଣ ହୁଏ,
ପ୍ରେମ ଯଦି ସତ
ସ୍ୱତଃସ୍ପୂର୍ତ୍ତ ଭାବେ
ଆପେ ଆପେ ଝରିଯାଏ l
ପ୍ରେମ ଏକ ଆସ୍ଥା
ଦୁଇ ହୃଦୟର
ମନ ତଳେ ମିଠା ଭାବ,
ଦୁଇଟି ଅଜଣା,
ଅଚିହ୍ନା ମନକୁ
ଏକାଠି ସେ କରିଦେବ l
ପ୍ରେମ ପାରିଜାତ
ହୃଦୟ କୁସୁମ
ତନୁ --ମାଧୁରୀ ମୃତ୍ତିକା ତା'ର,
ପ୍ରେମ ତ ଅଟଇ
ସରଗ ଅମୃତ
ଦେହ ପିଆଲା ହିଁ ପାନପାତ୍ର l

