STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ପ୍ରାଣ ବିହଙ୍ଗ ତୁ ଯା ରେ ଉଡି ଯା

ପ୍ରାଣ ବିହଙ୍ଗ ତୁ ଯା ରେ ଉଡି ଯା

1 min
216


ପ୍ରାଣ ବିହଙ୍ଗମ ଉଡି ଉଡି ଯା ଶାନ୍ତ ଚିନ୍ମୟ ଧାମେ

ସେଠାରେ ମନ୍ଦ୍ର ମଳୟ ପ୍ରବାହେ ପୂଣ୍ୟ ପବିତ୍ର ଭୂମେ

ଶୀତଳ ଚନ୍ଦ୍ରିକା ଚନ୍ଦ୍ରୁ ଅମୀୟ ରସ ଶିକ୍ତେ “ରସାଣିତ

ହେଉଛି ସେମାଟି” କ୍ଳାନ୍ତ ପରାଣ ହେବରେ ଆମୋଦିତ ।। 


ରେ ପ୍ରାଣ ବିହଙ୍ଗ ଯାଆ ଉଡି ଯା ସଚିଦାନନ୍ଦ ପୁରେ

ଅନନ୍ତ ବିଶ୍ଵ ଅଖିଳ ବ୍ରହ୍ମାଣ୍ତ ପରେ ଯେ ଖେଳ କରେ

ସେଠାରେ ତାଙ୍କର ନିତ୍ୟ ରାହାସ କେଳି କୁଞ୍ଜର ତଳେ

ତାନାମ ଗାଉଥା ହୃଷ୍ଟ ଚିତ୍ତରେ ମଧୁ ପଞ୍ଚମ ସ୍ଵରେ ।। 


ଏଠିତ ଦେଖୁଛୁ ଛନ୍ଦି ଦେଇଛି ଶକୁନି କୂଟ ଚକ୍ର

ଏଠିତ ଦେଖୁଛୁ ମୃତ୍ୟୁ ଅକାଳେ କରୁଛି ପରାଜିତ

ପରାଣ ପକ୍ଷୀ ଆନନ୍ଦ ଧାମର ଲୋଡରେ ଆଶ୍ରୟ ତୁ

ତୋ ପକ୍ଷ ଝଡ଼ିବା ଆଗୁ ଉଡି ଯା ସେ ପବିତ୍ର ଧାମକୁ ।।


ଶ୍ରାନ୍ତ କ୍ଳାନ୍ତ ମୋ ପରାଣ ବିହଙ୍ଗ ଦିଗ ଦିଗନ୍ତ ପାରେ

ଯାଆ ଉଡିଯାଆ ପକ୍ଷ ବିସ୍ତାରି ସେ ଚିଦାନନ୍ଦ ପୁରେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller