STORYMIRROR

Prahallad Sahoo

Tragedy Classics Thriller

3  

Prahallad Sahoo

Tragedy Classics Thriller

ପଞ୍ଚସତୀରେ ସତୀ ସାବିତ୍ରୀ

ପଞ୍ଚସତୀରେ ସତୀ ସାବିତ୍ରୀ

1 min
192

ସେଥିପାଇଁ ତ ତୁମେ ସତୀ ସାବିତ୍ରୀ

ଭାରସାମ୍ଯ ହରାଇଥିଲେ ହୁଏତ

ତୁମେ ସତୀଙ୍କର ପଦବାଚ୍ୟ

ହୋଇପାରିନଥାନ୍ତ।

"ସାତ ଦିନ ହେଉ ସାତ ରାତି"

ମୃତ୍ଯୁ ମୁଖରୁ ଫେରିଆସନ୍ତୁ ମୋ ପତୀ।

"ନ ପାହୁ ରାତି ନ ମରୁ ପତୀ"

ଚିର ସାସ୍ବତ, ତୁମ ସତୀତ୍ବର ବାଣୀ।।

ହେ ଦେବୀ ତୁମେ ହିଁ ସର୍ବଂସହା,

ତୁମେ ଜଗତ ଜିତା ସତୀ ମାତା,

ତୁମେ ହିଁ କର୍ମର ବିଜେତା

ତୁମେ ହିଁ ଧର୍ମର ପ୍ରତିଷ୍ଠାତା,

ତୁମେ ସ୍ବୟଂସମ୍ପୂର୍ଣ୍ଣ

ତୁମେ ସ୍ବୟଂ ସିଦ୍ଧ,

ତୁମ ସିଦ୍ଧିର ନାହିଁ ପଟ୍ଟାନ୍ତର

ତୁମେ ସାଧନାର ମୂର୍ତ୍ତିମନ୍ତ ପ୍ରତୀକ।

ହେ ସତୀ, ତୁମେ ତ ଜାଣିଥିଲ

ସତ୍ୟବାନଙ୍କ ଜୀବନ ବୃତ୍ତାନ୍ତ,

ସବୁ ଜାଣିବା ସତ୍ତ୍ବେ ବି ତୁମେ

ବରିନେଲ ଦୁଃଖର ଦୁନିଆ,

ଯାହା ତୁମ ପାଇଁ ଥିଲା

ମରଣାନ୍ତକ।

ତୁମେ ସାମ୍ଯତାର ମହାନାୟିକା

ତୁମ ପତିବ୍ରତା ପ୍ରେରଣାଦାୟୀକା।

ତୁମରି ଅତୁଟ ଭାରସାମ୍ଯ ଯୋଗୁ

ସେଦିନ ସୂର୍ଯ୍ୟଦେବ ହେଲେ ନତମସ୍ତକ

ଧରଣୀ ହୋଇଥିଲା ଅନ୍ଧକାର ଗ୍ରସ୍ତ,

ଖାଲି ଖାଲି ଲାଗିଥିଲା ସୁନିଳ ଆକାଶ

ଅନ୍ଧକାରେ ପଥହୁଡି ପକ୍ଷୀ ହେଲେ ଅଦୃଶ୍ଯ,

ସମଗ୍ର ଧରା ତ୍ରାହି ମାଂ ଭବ ତ୍ରାହି ମାଂ ଭବ

ଆତୁରେ ଭୟଭିତ ହୋଇ ଯୋଡ଼ିଲେ କରପତ୍ର,

ଟଳମଳ ହୋଇଥିଲା ବ୍ରହ୍ମଦେବ ଆସନ

ଅସ୍ଥିର ଚିତ୍ତେ ପୂର୍ଣ କଲେ ବରଦାନ,

ହେ ସତୀ ଯୁଗଜନ୍ମା ତୁମେ ହିଁ ମହାନ

ତୁମ ଲାଗି ଜୀବନ ପାଇଲେ ସତ୍ୟବାନ।

ପଞ୍ଚସତୀଙ୍କ ମଧ୍ଯରେ ତୁମେ ଅନନ୍ଯ

ତୁମ ସତୀତ୍ବର ପରାକାଷ୍ଠା ଅନ୍ଯତମ।

ତୁମ ନିଷ୍ଠାରେ ପ୍ରେରିତ ନାରୀଜଗତ

ଯୁଗେ ଯୁଗେ ତୁମେ ରହିବ ବରେଣ୍ଯ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy