ପଙ୍କରୁ ପଙ୍କଜ ଯାତ୍ରା
ପଙ୍କରୁ ପଙ୍କଜ ଯାତ୍ରା


ପ୍ରେମରେ କାମନା ବାସନା ଖୋଜିବା
ଅର୍ଥ ପଙ୍କିଳ ଜୀବନ
ପ୍ରେମରେ ଭୋଗ ସଂଭୋଗ ମାଗିବା
ଅର୍ଥ ଜଞ୍ଜାଳ ପତନ
ପ୍ରେମରେ ଭକ୍ତି ଶକ୍ତି ଉଦ୍ଗତି ପାଇବା
ଅର୍ଥ ଉତ୍ପଳ ଖୋଜିବା
ପ୍ରେମରେ ତପସ୍ୟା ସମାଧି ନିର୍ବାଣ ଚାହିଁବା
ଅର୍ଥ ସମାଧାନ ଇନ୍ଧନ
ଚାରି ଦିନର ଜୀବନଯାତ୍ରା
କର୍ମରୁ କଦମ୍ବ ମାତ୍ରା ଦିଶିଲା ଯଦି
ପଙ୍କିଳ ଜୀବନ ମାର୍ଗ
ପଙ୍କରୁ ପଙ୍କଜ ଯାତ୍ରା ଦିଶିଲା ଯଦି
ନିର୍ବାଣ ଜୀବନ ସ୍ବର୍ଗ
ଯାଗରେ ମାନବ ଯାଗ !
ପଙ୍କରୁ ପଙ୍କଜ ଖୋଜ ଆଗ
କର୍ମରୁ ଜ୍ଞାନଜ ହୁଅ ଆଗ