ହୁଏନା ଜାଣି
ହୁଏନା ଜାଣି
କବିତା - ହୁଏନା ଜାଣି
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୨-୨୦୨୬
+++++++++++++++++
ମନ ମନ୍ଦିରେ ହସଖୁସିର ଅଗଣା
ମନ ମୟୁଖେ ସୁଖଶାନ୍ତିର ଗହଣା
ମନ ମୋହରେ ପ୍ରଶାନ୍ତିର ଠିକଣା
ଏତେ ସୁଖ ସୁବିଧା ସୁଯୋଗ ରହିଛି ଛାଣି
କାହିଁକି ଏ ବାଉଳା ମନ ବୁଝେନା ହୁଏନା ଜାଣି ?
ଆଖି ପଲକରେ ପ୍ରେମର ଝରଣ
ଆଖି ଝଲକରେ ସ୍ନେହର ତୋରଣ
ଆଖି ମୂଲକରେ ସୁଖର ମେଲଣ
ଏତେ ଶାନ୍ତି ସ୍ନେହ ସରଧା ଦିଶେ ଭଜାଣି
କିପାଇଁ ଏ ବାଇଆ ମନ ବୁଝେନା ହୁଏନା ଜାଣି?
ଭାବ ବିନ୍ୟାସରେ କାମନାର ଫଲଗୁ
ଭାବ ବିକାଶରେ ଜୀବନର ଲସାଗୁ
ଭାବ ପ୍ରକାଶରେ ସମୟର ଗସାଗୁ
ଏତେ ହସ ଖୁସି ମାଗଣା ନିତି ଭଠାଣି
କିପାଇଁ ଏ ବାଚାଳ ମନ ବୁଝେନା ହୁଏନା ଜାଣି ?
ଦାନ ପୂଣ୍ୟରେ ଭକ୍ତିଭାବର ଅଞ୍ଜଳୀ
କର୍ମ କାଣ୍ଡରେ ଭକ୍ତିରାଗର ଶ୍ରଦ୍ଧାଞ୍ଜଳୀ
ତପ ଜପରେ ଭକ୍ତିରସର ପୁଷ୍ପାଞ୍ଜଳୀ
ତ୍ୟାଗ ମାର୍ଗରେ ଭକ୍ତି ସାଗର କୁସୁମାଞ୍ଜଳୀ
ଏତେ ଦୟା ଧର୍ମ ପାଉଣା ପ୍ରତି କାହାଣୀ
କାହିଁକି ଏ ଚଞ୍ଚଳ ମନ ବୁଝେନା ହୁଏନା ଜାଣି?
