STORYMIRROR

Panchanan Jena

Fantasy

4  

Panchanan Jena

Fantasy

ପୁରୀ ଯିବା ଚାଲନା

ପୁରୀ ଯିବା ଚାଲନା

1 min
2

କବିତା - ପୁରୀ ଯିବା ଚାଲନା
ରଚନା - ପଞ୍ଚାନନ ଜେନା
 ତାରିଖ -୦୭-୦୨-୨୦୨୬
 ++++++++++++++++
 ଶ୍ରୀକ୍ଷେତ୍ର ପୂରୀ ବୁଲିଯିବା ଚାଲନା
ବେଳାଭୂମୀ କୂଳେ ବାଲିଘର ବୋଲିବା ଚାଲନା
 ହୁଇସିଲ କିଣି ଜୋରରେ ଫୁଙ୍କିବା ଚାଲନା
ଏ ଜୀବନ ଯଉବନ ପରା ଖରା ଛାଇ ଖେଳ
 ଦୁଇ ଚାରି ଦିନ ମଉଜ ମସ୍ତି କରିବା ଚାଲନା

 ମହୋଦଧି କୂଳେ ବୁଲିବା ଚାଲନା
ଓଦା ବାଲିରେ ଲକ୍ଷ୍ମୀପାଦ ପକେଇବା ଚାଲନା
ମନଇଚ୍ଛା ଅଙ୍କାବଙ୍କା ଚିତ୍ର ଆଙ୍କିବା ଚାଲନା
ଏ ସମୟ ସରଣୀ ପରା ସରିବା ଉପରେ
କିଛି ସମୟ ଅଲିଭା ଛାପ ଛାଡିବା ଚାଲନା

 ବାଲି ଉପରେ ବସିବା ହସିବା ଚାଲନା
ଗୋଚ୍ଛାଏ ବେଲୁନ କିଣି ଉଡେଇବା ଚାଲନା
ସାଥିରେ ଗାଧୋଇବା ଲୁଣ ପାଣି ପିଇବା ଚାଇନା
 ଏ ବୟସ ପାହାଚ ହୁଗୁଳା ମୁକୁଳା ହେଉ ହେଉ
ପାଖେ ପାଖେ ବସି ଘଷି ଅନୁଭବିବା ଚାଲନା

 ଓଟ ଉପରେ ବସି ବୁଲିବା ଚାଲନା
 ଝାଉଁ ବଣରେ ହାତ ଧରି ଦୌଡିବା ଚାଲନା
ସାଗର ଶାମୁକା କହି ଚିଲ୍ଲେଇବା ଚାଲନା
ଏ ମହାର୍ଘ ମୁହୁର୍ତ୍ତ ପରା କ୍ଷଣଭଙ୍ଗୁର
 ଦୁହେଁ ଦୁହିଁଙ୍କ ପିଠିରେ ଲାଉ ହେଇ ଧାଇଁବା ଚାଲନା

 ଅତୀତ ଅନୁଭବରେ ହଜିବା ଚାଲନା
ନୀଳ ଉର୍ମିମାଳା କୂଳେ ସଞ୍ଜ ବିତେଇବା ଚାଲନା
ପଇଡ଼ ଗୋଟେ ଷ୍ଟ୍ର ଦୁଇଟାରେ ପିଇବା ଚାଲନା
ଅମୃତ ମହୋତ୍ସବ ସରିବା ଆଗରୁ ପୂର୍ବରୁ
 ବାକି ରହିଥିବା ଅଳପ ଗଳପ ସାରିଦେବା ଚାଲନା

 କଳାଶ୍ରୀମୁଖ ପୟରେ ମୁଣ୍ଡିଆ ମାରିବା ଚାଲନା
 ଗରୁଡ ଖମ୍ଭ ପଛରୁ ଚତୁର୍ଦ୍ଧାମୂରତୀ ଦେଖିବା ଚାଲନା
ଜୀବନ ଦୀପରେ ସଳିତା ମିଞ୍ଜି ମିଞ୍ଜି ହେଲାଣି
ପ୍ରଭୁଙ୍କ ପାଖରେ ନୀଳଚକ୍ରେ ଚାହିଁ ଆସିବା ଚାଲନା


Rate this content
Log in

Similar oriya poem from Fantasy