Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Nanda

Abstract

3  

Jayashree Nanda

Abstract

ପିତୃ ପକ୍ଷ

ପିତୃ ପକ୍ଷ

1 min
184


 

ତୁ ଆଜି ସେ ପାରିରେ

ଏତେ ଶୀଘ୍ର ଚାଲିଗଲୁ ଆମକୁ ନ କହି

ଏମିତି କିଏ ଯାଏ, ବାକି ଥିଲା କେତେ ମୁହୂର୍ତ୍ତ

ବାକି ଥିଲା ଅନେକ କାହାଣୀ ତୋ ଅନୁଭବର

ବାକି ଥିଲା ଅନେକ ସୁଖ ଦୁଃଖ ହସ ଖୁସି ର

ବାକି ଥିଲା କେତେ ଅଭିମାନ, କେତେ ମିଛ ରାଗ

ଆଜି ବି ମନେ ପଡେ, ସେକେଣ୍ଡ ବେଞ୍ଚ ରେ ବସିଥିବା

ସବୁ ବେଳେ ହସୁଥିବା ତୋ କଥା

ଆଜି ବି ଝୁରୁଛି ରେ ତୋତେ, ତୋ ସାଙ୍ଗ

ସେଇ ଖଟି ରେ , ସେଇ ସମୟ ରେ 

ତୁ ଫେରିଆ ଥରେ 

ସମୟ କୁ ପଛ କରି

ମୁଁ ଜାଣେ, ତୁ ଯେଉଁଠି ଅଛୁ, ଭଲ ରେ ଥିବୁ

ତଥାପି, ସାଙ୍ଗ ରହିଲା ଅପେକ୍ଷା

ଆମ କଥା ମନେ ରଖିଥିବୁ , 

ତୋ ବଡ ହୃଦୟ ରେ

ଆମ ପରି ଅଳିଆ ସାଙ୍ଗ ମାନଙ୍କୁ କ୍ଷମା କରିଦେବୁ।

ଦେଖାହେବ ତ ନିଶ୍ଚୟ, ସୂକ୍ଷ୍ମ ଜଗତ ରେ

ହେଲେ ବି, ସେତେବେଳେ କହିବୁନି ଜମା

ମୁଁ ଭୁଲିଗଲି କାମ ବ୍ୟସ୍ତରେ.

ତୁ ଭଲ ବୋଲି, ଭଗବାନ ତତେ ନେଇଗଲେ

ଦେଖ, 

ଆମେ ସବୁ କେମିତି ଏଠି ତୋ ବିନା

ଚୁପ୍ ଚାପ୍ , ଏକ ବଡ ଖାଲି ପଣ ରେ

ଗଢ଼ୁଚୁ ନିଜ ବାଲି ଘର

ଏ ପିତୃ ପକ୍ଷ ରେ,

ତୋ ପାଇଁ ବି ଶୁଭ କାମନା, ଯେଉଁଠି ବି

ତୁ ଭଲ ରେ ଥା ।



Rate this content
Log in

Similar oriya poem from Abstract