STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଫୁଟପାତ

ଫୁଟପାତ

1 min
190

ରାତି ର ସେ ନିଃଶବ୍ଦତା ଭିତରେ

ହଜିଯାଏ ସବୁ ସପ୍ନ

ରଙ୍ଗ ବେରଙ୍ଗର ଜରି ତଳେ

ରାତି ର ସବୁ ସପ୍ନ ଏମିତି ମଉଳେ

ଦିନ ର ବାର ଘଣ୍ଟା ଖଟଣିରେ

ଅଣ୍ଟା ନଇଁପଡ଼େ ମୋର

କ୍ଲାନ୍ତ ଅପରାହ୍ନରେ ଆଜିବି

ମୋ ପାଇଁ ମୁଠାଏ ଅନ୍ନ ହିଁ ସାର

ଜଳିପୋଡି ପାଉଁଶ ହୁଏ ସବୁ ସପ୍ନ

ଜରିଲଗା ପଲିଥିନ ଘର

ମୋ ପାଇଁ ସେଇ ସୌଧ

ଯେଉଁଠି ସପ୍ନ ଦେଖିବାକୁ ମୋତେ ମିଳେ ରାତିଟେ

ହେଲେ ସପ୍ତ ଇନ୍ଦ୍ରଧନୁ ବୁଣିବା ପାଇଁ

ଜୀବନ ରେ ହରେଇ ସାରିଛି ସାଥିଟେ

କୋଉ ଅଜଣା ରୋଗରେ ଚାଲିଗଲା

ମୋ ଜୀବନ ଶୂନ୍ୟ ଆଞ୍ଜୁଳିରେ

ଭରିଗଲା ଅନେକ ଲୁହ ଆଉ ଅନେକ କୋହ

ଦି ଟୋପା ଔଷଧ ଯେମିତି ସାତ ସପନ

ତା ପାଇଁ ଦିନେ ଚାଲିଗଲା ଗୋଟେ ନିରୀହ ଜୀବନ

ବେଳେ ବେଳେ ଖୁବ ଅଲୋଡ଼ା ହୋଇପଡେ

ଏ ଜୀବନଟା ମୋର

ବଂଚିବାକୁ ହୁଏ କାହାର ଦୟାରେ

ଜୀବନ ଜିଇଁ ବାକୁ ହୁଏ କାହାର ଅଇଁଠା ପତ୍ରରେ

ଶରୀର ଢାଙ୍କି ହୁଏ କାହାର ମଇଳା ଲୁଗାରେ

ଜୀବନ ଜିଇଁଛି କାହାର ପ୍ରତି ଦାନରେ

ଏମିତି ଜୀବନଟା ସରିଯାଏ

କୋଉ ଫୁଟପାତ ବସ୍ତିରେ

କୋଉ ଗୁମ ନାମ ଗଳିରେ Ii



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy