ଅଧୁରା କାହାଣୀ
ଅଧୁରା କାହାଣୀ
ସୂରୁଜ ଉଦିଲେ ପାହିଯାଏ ରାତି
ତନ୍ଦ୍ରା ଯାଇଥାଏ ଭାଜି
ସପନ ବେଶୀକୁ ଅଣ୍ଟେ ନାହିଁ ରାତି
ରହିଯାଏ କିଛି ବାକି ।
ନୂଆ ସକାଳରେ ନୂତନ ଆହ୍ୱାନ
ବତ୍ସା ଛାଡେ ହମା ରଡି
ସଞ୍ଚରେ ପବନେ ମୃଦୁ ଗୁଞ୍ଜରଣ
ଶୁଭେ ପକ୍ଷୀଙ୍କ କାକଳି ।
ହୁଏ କର୍ମ ରତ ଜୀବନ ସତତ
ଆହରଇ ଆଜୀବିକା
ଚଞ୍ଚଳେ ପବନ ହସଇ ସ°ସାର
ଫୁଲେ ଫଳେ ସବୁଜିମା ।
ଈଶ୍ୱରଙ୍କ ସୃଷ୍ଟି ଏହି ରଙ୍ଗମଞ୍ଚ
ଜୀବନ ନାଟକ ଅଙ୍କ
ମଣିଷ ମାତ୍ରକ କରେ ଅଭିନୟ
ଉଚ୍ଚରେ ନିଜ ସ°ଳାପ ।
ଆଚାର ବିଚାର ସମ୍ବନ୍ଧ ସମ୍ପର୍କେ
ଅବିକଳ ଅଭିନୟେ
ଜୀବନ କାହାଣୀ ହୁଏ ଗତିଶୀଳ
ପରିଣାମ କିଛି ମିଳେ ।
ପୂର୍ଣ୍ଣ ହୁଏ ଯେବେ ଜୀବନ ଆକା°କ୍ଷା
ଭାବ ପ୍ରେମ ମନସ୍କାମ
ଲଭଇ ମଣିଷ ତୃପ୍ତି ସାର୍ଥକତା
ଶାନ୍ତି ସନ୍ତୋଷ ଆନନ୍ଦ ।
ଅସମ୍ପୂର୍ଣ୍ଣ ଯଦି ଜୀବନ କାହାଣୀ
ଅଧୁରା ଜୀବନ ପ୍ରେମ
ଆଖିରୁ ଝରାଏ ଅଶ୍ରୁର ଝରଣା
ଦୁଃଖାନ୍ତ ପରିଣାମ ।
