ମାୟା ସ°ସାର
ମାୟା ସ°ସାର
ଧନ ମାନ ରୂପ କ୍ଷମତାର ମୋହେ
ମଣିଷ ହେଉଛି ଅନ୍ଧ
ହରାଇ ବିବେକ ନିଜ ଜ୍ଞାନ ବୁଦ୍ଧି
କରୁଛି ନାନା ଅକର୍ମ ।
ଆପଣା ସ°ସ୍କାର ଆଚାର ବିଚାରୁ
ହେଉଅଛି ପଥ ଭ୍ରଷ୍ଟ
ପଡି ଯାଉଅଛି ମିଛ ମାୟା ଜାଲେ
ସୁରା ମଦ୍ୟ ପାନେ ଲିପ୍ତ ।
ଅବକ୍ଷୟ ହୁଏ ନୀତି ମୂଲ୍ୟବୋଧ
କ୍ଷଣିକ ସୁଖ ନିମିତ୍ତ
ମଣିଷ ହରାଇ ହିତାହିତ ବୁଦ୍ଧି
ଆଦର୍ଶ ସଙ୍କଟ ଦୁଷ୍ଟ ।
ସ୍ୱାର୍ଥ ପାଇଁ ସିଏ ହେଉଛି ବିଚ୍ୟୁତ
ଧରମ କର୍ମ ସୁପଥୁ
ମାନୁନାହିଁ କିଛି ସୀମା ସରହଦ
ଚାହୁଁଛି ମୋ ପୁଞ୍ଜି ବଢୁ ।
ଗାଡ଼ି କୋଠାବାଡି ବାହ୍ୟ ଚାକଚକ୍ୟେ
ଦେଖାଏ ନିଜ ବଡିମା
ମିଳେ ନାହିଁ ଶାନ୍ତି ହୃଦୟ ଅନ୍ତରେ
ବଢ଼ି ଯାଏ ଦୁଖଃ ସିନା ।
ଏ ମାୟା ସ°ସାରେ ସବୁ ତ ଭେଳିକି
କେହି ନୁହେଁ ଆପଣାର
ଆସିଛି ମଣିଷ ଫେରିବ ଏକାକୀ
ବୋହି ନେବ ନାହିଁ ଧନ ।
ଛାଡି ଲୋଭ ମୋହ ସ୍ୱଧର୍ମ ସ୍ୱକର୍ମେ
ଅଧ୍ୟାତ୍ମେ ଦେଇ ସୁମତି
ସେବା ଉପକାରେ ଅରଜିଲେ ପୁଣ୍ୟ
ଆତ୍ମା ଲଭିବ ସଦଗତି ।