Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Tragedy

4  

Tapan Kumar Swain

Tragedy

ତୁମ ନୀରବତା

ତୁମ ନୀରବତା

1 min
546


ତୁମ ନୀରବତା ମନେ ମୋର କାହିଁ

ସନ୍ଦେହର ନିଆଁ ଜାଳେ ,

ତୁମପାଇଁ ଆଜି ମନ କାରାଗାରେ

ନିରୋଳାରେ ଲୁହ ଢାଳେ ।


ତୁମ ଆଖି ମୋତେ ସପନ ଦେଖିବା

ପାଇଁ କହିଥିଲା ଦିନେ ,

ଭୁଲିଗଲ କିବା ସେଦିନର କଥା

ନାହିଁ ଆଜି ତୁମ ମନେ ।

ନିରିଜନ ସେହି ସଂଜ ଗୋଧୂଳିର

ଗାଆଁ ପାଖ ନଈ କୂଳେ ।

ତୁମ ନୀରବତା (୧)


ଭୁଲିକି ଯାଇଛି ସ୍ରୋତସ୍ୱିନୀ ନଦୀ

ସାଗର ଠିକଣା କେବେ ,

ଲୁହର ସ୍ମୃତିକୁ ଭୁଲିଛି କି କେବେ

ଭିଜିଥିଲା ଓଠ ଯେବେ

ତୁମ ନିରବତା ମୋମନରେ କିଆଁ

ସନ୍ଦେହର ଘର ତୋଳେ ।

ତୁମ ନିରବତା ( ୨ )



Rate this content
Log in

Similar oriya poem from Tragedy