Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Tragedy

4  

Madhu mita

Tragedy

ଅଚିହ୍ନା ସେ

ଅଚିହ୍ନା ସେ

1 min
507



ହଁ..

ମୁଁ ଜାଣି ନ ଥିଲି..

କିଏ ସେ..କିଏ ପଠେଇଲା ?

କେଉଁଠୁ ସେ ଆସିଛି ?

କିଏ ତାକୁ ମୋ ପାଖକୁ ଆଣିଲା ?

ଆଉ କାହିଁକି ସେ ଆସିଛି ?


କିନ୍ତୁ..

ସେ ଆସିଗଲା !

ମୋତେ ନ ଜଣେଇ !

ମୋ ଅନୁମତି ନ ନେଇ !

କେମିତି କେଜାଣି କିପରି !

ସେ ଚୁପଚାପ୍ ଆସିଗଲା !


ଆଉ..

ସେ ଆସିଯିବା ପରେ..

ମୁଁ ନିଜକୁ ଭଲ ପାଇଲି !

ନିଜକୁ ପସନ୍ଦ କଲି !

ଆଉ ସତରେ ନିଜ ପାଇଁ

ନିଜେ ଟିକେ ବଞ୍ଚିବାକୁ ଚାହିଁଲି !


ନା..

ସେ ଶୁଣିଲା ନାହିଁ!

ଯେତେ ନେହୁରା ହେଲେ ବି!

କହିଲା ଆଉ ରହି ହେବନି !

ତୋତେ ଛାଡ଼ି ଯିବାକୁ ହେବ !

ଆଉ ସତରେ ସେ ଛାଡ଼ି ଚାଲିଗଲା !


ତା ପରେ..

ମୁଁ ଶବ ହୋଇଗଲି!

ତା ବିନା କଣ ମୁଁ.. ମୁଁ ନ ଥିଲି ?

ନା ସେ ଆସିବା ପରେ ମୁଁ.. ମୁଁ ହେଲି ?

ମୁଁ କଣ ତା ଆଗରୁ ମୁଁ ନ ଥିଲି ?

ନା ତା ଯୋଗୁଁ ହିଁ ମୁଁ... ମୁଁ ଟିଏ ହେଲି ?


କିନ୍ତୁ...

ଜାଣି ପାରିଲିନି…!!

ଅଚିହ୍ନା ଅଜଣା ସେ !

ଜୀବନଟା କେତେବେଳେ ଆସିଲା !

ଆଉ ଚୁପ୍ କରି ଦିନେ !

ପ୍ରାଣ ହୋଇ ଶରୀରରୁ ବାହାରିଗଲା !



Rate this content
Log in

Similar oriya poem from Tragedy