STORYMIRROR

Bikhyatbihari Mishra

Tragedy Others

4  

Bikhyatbihari Mishra

Tragedy Others

ମାନବିକତା

ମାନବିକତା

1 min
470

ମଣିଷ ଆଜି ତ ପଶୁ ପାଲଟିଛି

ହଜିଛି ମାନବିକତା

ପିମ୍ପୁଡି ଠାରୁ ବି ହୀନ ଏ ମଣିଷ

ଯାଇଛି ଭୁଲି ଏକତା ।


ଦୟା ଦାନ ଧର୍ମ ଲୋକ ଦେଖାଣିଆ

ସ୍ୱାର୍ଥରେ ମଣିଷ ଅନ୍ଧ,

ବୃଦ୍ଧା ମାଆ ସଢେ ଅନାଥ ଆଶ୍ରମେ

ସେବା ସତେ ପ୍ରତିବନ୍ଧ ।


ଶ୍ରେଷ୍ଠଜୀବ କରି ଗଢିଲେ ଈଶ୍ୱର

ଏଇ କି ଶ୍ରେଷ୍ଠ ପଣିଆ?

ସ୍ୱାର୍ଥ ପାଇଁ ଏଠି ସମ୍ପର୍କ ବଦଳେ

ଦିଶେ କେତେ ରୂପ ନୂଆ ।


ଦୁଃଖୀ ମରୁଥାଉ ଆହୁରି ଦୁଃଖରେ

କିଏ ବୁଝୁଚି ତା ଦୁଃଖ,

ଅନ୍ୟକୁ କନ୍ଦେଇ ଭଲପାଏ ନର

ଲଭିବାକୁ ଯେତେ ସୁଖ।


କେଜାଣି ସେଦିନ କେବେ ଯେ ଆସିବ

ଫେରିବ ମାନବିକତା,

ହିଂସା ଦ୍ଵେଷ ଛାଡି ମଣିଷ ପୁନଶ୍ଚ

ଧର୍ମ ପଥେ ହେବ ବ୍ରତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy