STORYMIRROR

Bikhyatbihari Mishra

Others

4  

Bikhyatbihari Mishra

Others

ଆଖି

ଆଖି

1 min
250

ଆଖିକୁ ବା କୋଉ ଭରଷା କହୁନ

କେବେ କାନ୍ଦ କେବେ ହସ,

କେବେ ପୁଣି କାହା ଉପରେ ସନ୍ଦେହ,

କେବେ ବା ବେଶି ବିଶ୍ୱାସ।।

କେବେ ସେ କାହାକୁ ପ୍ରେମ ନିବେଦନ

କେବେ କରେ ପୁଣି କ୍ରୋଧ,

ଆଖିରେ ଆଖିରେ ସବୁଥାଏ ପୁଣି

ଆଖିଥାଇ କିଏ ଅନ୍ଧ ।।

କେବେ ଯାଏ ଲାଖି ସୁନ୍ଦରତା ପାଶେ

ଫେରାଏ କେବେ ନଜର,

ଆଖି ବୁଜିଦେଲେ କଳା ଅବା ଗୋରା

ସବୁ ତ ଦିଶେ ଅନ୍ଧାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍