ଅଭିଳାଷ ଓ ସ୍ୱପ୍ନ
ଅଭିଳାଷ ଓ ସ୍ୱପ୍ନ
ସ୍ୱପ୍ନ ଯେତେସବୁ ଉଙ୍କିମାରେ ଯେବେ
ହୁଏ ମନ ପ୍ରଫୁଲ୍ଲିତ,
ପର ମୁହୂର୍ତ୍ତରେ ବାଲିଘର ପରି
ଭାଙ୍ଗିଯିବା ଅଟେ ସତ ।
ସବୁ ଜାଣିଶୁଣି ବାସ୍ତବତା ଛାଡି
ଗଢେ ମୋ ସ୍ୱପ୍ନ ଦୁନିଆଁ
ଏକା ବଞ୍ଚିବାର ବୃଥା ପ୍ରୟାସ ରେ
ଖାଲି କଷ୍ଟ ମିକେ ଯାହା ।
ଭାବେ ଏମିତିକା ଦୁନିଆଁରେ ଥିବି
ଯେଉଁଠି ନ ଥିବେ କେହି,
କବିତା ଲେଖିବି ଗୀତ ବି ଲେଖିବି
କେହି ନ ଶୁଣିଲେ ନାହିଁ ।
ସ୍ବପ୍ନର ଦୁନିଆଁ ଅଟେ ମୋ ରଙ୍ଗୀନ
ବାସ୍ତବ ଟା ଦିଏ କଷ୍ଟ ,
କଳ୍ପନା ଜଳ୍ପନା ସବୁ ବୃଥା ମୋର
ହୁଏ ଖାଲି ଛଟପଟ ।
ବୟସ ମାପୁଚି ଦିନକାଳ ମୋର
ଆପଣା ମାପକାଠି ରେ,
କହେ ସତେ ସିଏ ହଜିଯିବୁ ତୁହି
ଦିନେ ଏ ଭିଡ଼ ଭିତରେ ।
କେହି ଭଲପାଉ ଅବା ଘୃଣା କରୁ
କିଛି ଯାଏ ଆସେ ନାହିଁ,
ଜାଣିଚି କେବଳ ଆପଣାର ଏଠି
କେବଳ ମୋ ନିଜ ଛାଇ ।
