STORYMIRROR

Bikhyatbihari Mishra

Abstract

2  

Bikhyatbihari Mishra

Abstract

ଶ୍ରଦ୍ଧଞ୍ଜଳି (ଋଷି କପୁର)

ଶ୍ରଦ୍ଧଞ୍ଜଳି (ଋଷି କପୁର)

1 min
3.2K

ସବୁଦିନ ପାଇଁ ଅଭିମାନ କରି

ଚାଲିଗଲ ବହୁଦୂରେ

ଋଷି ତୁମବିନା ସିନେମା ଜଗତ

ଲୁହଢାଳି ଝୁରିମରେ।।

ଅଭିନୟ ଶୈଳୀ ସବୁଠୁ ନିଆରା

ପଡିଗଲା ଯବନିକା,

ଅମର ଆକବର ଚାଲିଗଲ ଏବେ

ଅନ୍ଥନୀ ରହିଲେ ଏକା।।

ଚାନ୍ଦିନୀ ନାଗିନା କର୍ଜ଼ ହିନା ଆଦି

ଯିଏ ବି ଦେଖିଚି ଜାଣେ,

ଆର କେ ବ୍ୟାନର ତୁମବିନା ଆଜି

ନୀରବେ ପ୍ରମାଦ ଗଣେ।।

ଦିୱାନା ରେ ତୁମ ଅଭିନୟ ଥିଲା

ଜଣେସଚ୍ଚା ପତିଟିଏ,

ନୂଆ ଅଭିନେତା ତୁମଠୁ ସତେକି

ପ୍ରେରଣା ଉତ୍ସାହ ପାଏ।।

ପରଦାରେ ସିନା ଗାଇଥିଲ ଦିନ

ଜୀବନରେ କେତେ ଛୋଟ,

ଆଜି ତାହା ତୁମେ କରିଲ ପ୍ରମାଣ

ଚାଲିଗଲ ଦେଇ କଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract