STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅମୃତ ସିନ୍ଧୁ

ଅମୃତ ସିନ୍ଧୁ

1 min
519

ବୈଶାଖରେ ତମେ 

କଥା ଦେଇଥିଲ

ଶ୍ରାବଣେ ଆସିବ ବୋଲି

ଆସିବା ଛନ୍ଦରେ 

ଆଶା ତୋଳିଦେଲି

ତନ୍ମୟ ଯୌବନ ନାଲି ।୧।

ଜ୍ୟେଷ୍ଠ ମାସେ 

ଅଗ୍ନିଶର୍ମା ଖରାବେଳେ

ଖାଣ୍ଡବ ଦହନ ମନ

ଆଶା ଚନ୍ଦନରେ

 ମନକୁ ମଖେଇ

ଭାବୁ ଥିଲି ପୁଷ୍ପବନ ।୨।

ଆଷାଢ଼ ଆସିଲା 

ମୌସୁମୀ ବର୍ଷିବ

ରିମ୍ ଝିମ୍ ସାହାନାଇ

ଚପଳ ଛନ୍ଦରେ 

ଜାମିନୀ ଶେଷରେ

ଝରି ଯିବ ଗୀତ ଗାଇ ।୩।

ଶ୍ରାବଣ ସରିଲା 

ବର୍ଷା ନ ଆସିଲା

 ପ୍ରୀୟାର ନାହିଁ ଖବର

ଭାବି ଚିନ୍ତି ତିନ୍ତି 

ହୁଏ ମୁଁ ନିଇତି

ବ୍ୟାକୁଳିତ ଯାଯାବର ।୪।

ଲୁଚକାଳି ଖେଳି 

କି ଲାଭ ମିଳଇ

କହିବ କି ପ୍ରାଣେଶ୍ୱରୀ

ରାଣଭଙ୍ଗ କରି 

ମନଦୁର୍ଗେ ମୋର

ଶେଷେକଲ ବାକ୍ୟ ଚୋରୀ ।୫।

ଶରତ ଆସିଛି 

ଆଣିଛି ସାଥିରେ

ବାତ୍ୟା ଲଘୁଚାପ ଧରି

କାଶତଣ୍ଡି ପୁର 

ପାଣିରେ ଜର୍ଜର

ପଠେଇଛ ଛଳ କରି ।୬।

ନିର୍ମଳ ଆକାଶେ 

ଵଜ୍ରର ହେଣ୍ଟାଳ

ତୁହାକୁ ତୁହା ବରଷେ

ଜଳମଗ୍ନ ସବୁ 

ସହର ନଗର

ନାବ ଚାଲେ ଅଟ୍ଟହାସ୍ୟେ ।୭।

ସ୍କାର୍ଟ ସିଟିଟା 

ପାଣିରେ ଭାସୁଛି

ଡ୍ରେନ ବୁଡ଼ି ଧାଏଁ କାହିଁ

ଆଶାର ସଳିତା 

ମଭଳି ଗଲାଣି

ଋତୁଚକ୍ରେ ହାଇଁ ପାଇଁ ।୮।

ଥିରିଥିରି ପାଦେ 

ଆସିଲେ ସମୟେ

ସର୍ବ ମୁଖେ ଗୁଣଗାନ

ଏମିତି ସେମିତି 

ଡହଳ ଗହଳ

ଅର୍ଜୁଛ କେଉଁ ଗୁମାନ ।୯।

ଶିଶିରେ ହେମନ୍ତ 

ହୋଇ ପ୍ରାଣବାନ୍ତ

ପାଦ ପ୍ରକ୍ଷାଳନ କରି

ଆସ ଆମ ପୁରେ 

ଶତ ଶୃଙ୍ଗାରେ

ପ୍ରୀତି ପାରାବାର ଧରି ।୧୦।

ବିରହ ବିତାନେ 

ଭରିଦିଅ କାନେ

ଶତ କଦମ୍ବର ମାୟା

ତୁମ ପଦପାଦେ 

ପୂରିଉଠୁ ସଦା

ସବୁଜିମାର କାୟା ।୧୧।

ବର୍ଷା ହିଁ ସୃଜନୀ 

ପ୍ରକୃତି ଜନନୀ

ଜଳଚକ୍ର କେନ୍ଦ୍ରବିନ୍ଦୁ

ଅଭିମାନ ଛାଡ଼ି

ଛନ୍ଦାୟିତ ବେଶେ

ବର୍ଷୁଥାଅ ଅମୃତ ସିନ୍ଧୁ ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy