STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମାତୃଭାଷା ପାଇଁ ଆନ୍ଦୋଳନ

ମାତୃଭାଷା ପାଇଁ ଆନ୍ଦୋଳନ

1 min
459

ଭାଷା ହିଁ ଜୀବନ ଭାଷା ଅଟେ ଆତ୍ମା

ଜୀବନରେ ସର୍ବୋପରି

ଅଧିକାର ଆମ ଭାଷାରେ ପଢିବା

କର୍ତ୍ତବ୍ୟରେ ସର୍ବୋପରି ।


ସୁରକ୍ଷିତ ପାଇଁ ଠିଆ ହେବା ଆମେ

ମାତୃଭାଷା ରକ୍ଷା ପାଇଁ,

ଯେତେ ଝଡ଼ଝଞ୍ଜା ଆସିଲେ ପଥରେ

ଦୂର ହେବ ଭାଷା ପାଇଁ ।


ଅଧିକାର ଆମ ଭାଷାରେ ପଢିବା

ଅଧିକାର ସମ୍ବିଧାନେ,

ସେହୁ ଅଧିକାର ମିଳୁ ଝାଡ଼ଖଣ୍ଡେ

ଆନ୍ଦୋଳିତ ଆଜି ଜନେ ।


ଓଡ଼ିଆ ଶିକ୍ଷକ ଓଡ଼ିଆ ରେ ବହି

ମିଳୁ ଛାତ୍ରଛାତ୍ରୀ ପାଇଁ,

JPSC ହେଉ ଶିକ୍ଷକ ତାଲିମ

ହେଉ ଓଡ଼ିଆଙ୍କ ପାଇଁ ।


ଆନ୍ଦୋଳନ ଆମ ଶିକ୍ଷା ପାଇଁ ଅଟେ

ଭାଷା ଓ ସଂସ୍କୃତି ପାଇଁ,

ରକ୍ଷା ହେଉ ତାର ଝାଡ଼ଖଣ୍ଡେ ରାଜ୍ୟେ

ଆନ୍ଦୋଳନ ତାହା ପାଇଁ ।


ଭାଷା ହିଁ ଜୀବନ ଭାଷା ଅଟେ ଆତ୍ମା

ଜୀବନରେ ସର୍ବୋପର

ଅଧିକାର ଆମ ଭାଷାରେ ପଢିବା

କର୍ତ୍ତବ୍ୟରେ ସର୍ବୋପରି ।


Rate this content
Log in

Similar oriya poem from Tragedy