Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
423



ଭୟଙ୍କର ଏକ କୃଷ୍ଣ ଗର୍ତ୍ତ ସମ

ଆସିଲା କରୋନା ମାଡ଼ି

କରାଳ ତା ଗ୍ରାସେ ଥରିଲା ମେଦିନୀ

ଶୁଭିଲା ଭୈରବ ରଡି ।


ଘୋର ଦନ୍ତ ପାଟି ଲେଲୀହାନ ଜିହ୍ଵା

ଉଦଗାରେ ବିଷ ଅନଳ

ଶାଣିତ ତା ପଞ୍ଝା ଅଦୃଶ୍ୟ ଆତଙ୍କେ

ଦଶଦିଶ କମ୍ପମାନ ।


ପଡିଗଲା ତାଟି କବାଟ ସବୁଠି

ରାସ୍ତା ଘାଟ ଶୂନଶାନ

ଟଳମଳ ହେଲା ଦେଶ ଅର୍ଥନୀତି

ଅସ୍ଥିର ଜନଜୀବନ ।


ପୋକ ମାଛି ପରି ମରିଲେ ଅନେକ

ପଥି ଅଉଷଧି ବିନା

ଘର ମୁହାଁ ହୋଇ ଭୋଗିଲେ ଶ୍ରମିକ

ଅକଥନୀୟ ବେଦନା ।


ଭିଡ଼ ଓ ଗହଳି ହୋଇଛି ବାରଣ

ସଭା ସମାବେଶ ମନା

ଖୋଲୁ ନାହିଁ ଦେବ ଦେବୀଙ୍କ ମନ୍ଦିର

ଦୁଆରେ ଝୁଲଇ ତାଲା ।


ବହୁ ଆୟାସରେ ପ୍ରତିକାର ପାଇଁ

ଟୀକା ହେଲା ଉଦ୍ଭାବନ

ଚାଲୁ ରହିଅଛି ସର୍ବ ଜନ ହିତେ

ସମୂହ ଟୀକାକରଣ ।


ସତର୍କତା ପାଇଁ ଜାରି ରହିଅଛି

କର୍ଫ୍ୟୁ ଓ ନିଷେଧାଦେଶ

ଘୋର ଏ ବିପଦୁ ସଳଖିବା ଅଣ୍ଟା

କରୋନା ନିଶ୍ଚୟ ହାରିବ ।


ଜୀବନ ଜୀବିକା ସବୁ ବିପର୍ଯ୍ୟସ୍ତ

ବିଚଳିତ ଜନମନ

ଲଢ଼ିବାକୁ ହେବ ମରଣ ସହିତ

ଜିଣିବ ନିଶ୍ଚେ ଜୀବନ ।

  


Rate this content
Log in

Similar oriya poem from Tragedy