STORYMIRROR

Debadatta Jena

Abstract Tragedy Inspirational

4  

Debadatta Jena

Abstract Tragedy Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
529

ଆଧୁନିକତାର ରଂଗ ବେରଙ୍ଗରେ

ସଜନୀ ସଜେଇ ହେଉଚି,

ରଂଗ ଅଛି ସିନା ଏ ମନକୁ ମହୁନି,

ଅରୂପ ବେରୂପ ତ ଲାଗୁଛି ।


ଚାକଚକ୍ୟ ଭରା ରଂଗ ମାଖିହେଇ,

ଅଳପ ଅଳପ ସେ ହସୁଚି,

ହସୁଚି ସିନା ସେ ସରସ ଲାଗୁନି,

ସେ ବିଷାଦ ମଳିନ ଦିଶୁଛି ।


ଛାଇ ଆଲୁଅର ଗୋଧୂଳି ଅଙ୍ଗନ,

ଫିକା ଫିକା ଭାରି ଲାଗୁଛି,

ଅଶିଣର ସେଇ କାଶତଣ୍ଡୀ କାଇଁ,

ଶିଶିର ବାସ୍ନାରେ ଭିଜୁନ ।


ହାଲକା ହାଲକା ମନଟା କାହିଁ ତ

ଶୀତୁଆ ଶୀତୁଆ ଲାଗୁନି,

ଗୋଧୂଳି ଲଗ୍ନ ସେ ଶୀତୁଆ ସଂଜ,

ମୁହଁ ମୋଡି ହଜି ଯାଉଛି ।


ମହୁଆ ଅଧର ଉଦାସୀ କୁଞ୍ଜରେ,

ଅପରାହ୍ନ ରଂଗ ଲେପୁଛି,

ତା ଦେହ ଅଳସୀ ପୌଷ ସନ୍ଧ୍ୟା,

ଅଜଗର ପରି ଧାଉଁଛି ।


ପାହାନ୍ତି ଆକାଶ ସପନ ଦେଖୁଚି,

ନିଦୁଆ ଜହ୍ନ କି ଲୁଚିଚି,

ପାଦର ପାପୁଲି ରଂଗ ମାଖି ହୁଏ,

ବସନ୍ତକୁ ଝୁରି ହେଉଛି ।


ତା ଆଖିର ଜ୍ୟୋତି ମନର ତୃଷ୍ଣା

ଭାରି ଅବଶ ଅବଶ ଲାଗୁଚି,

ବିଷର୍ଣ୍ଣ ବଦନ ଵି ବିସ୍ମରଣ ସାଜେ,

ଖୁବ ମନ ମାରି କାଇଁ ବସିଛି


ସୁନାନାକୀ ମନ ବନ ଉପବନେ,

ଭୋଦୁଆ ଖରାକୁ ଚାହିଁଚି,

ଫିକା ଶ୍ରାବଣକୁ ମଧୁ ବସନ୍ତ ଯେ,

ବୈଶାଖୀ ପ୍ରାଣରେ ଝୁରୁଛି ।


Rate this content
Log in

Similar oriya poem from Abstract